ମହିଳା ଦିନିକିଆ: ତାମିଲନାଡୁଠୁ ଓଡ଼ିଶା ପରାସ୍ତ

କଟକ: ଏଠାରେ ଚାଲିଥିବା ମହିଳା ଦିନିକିଆରେ ଓଡ଼ିଶା ଖେଳିଥିବା ଚତୁର୍ଥ ମ୍ୟାଚ୍‌ରେ ତାମିଲନାଡୁଠୁ ହାରିଯାଇଛି। ନିମପୁର ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ତାମିଲନାଡ଼ୁ ୨ ଓ୍ଵିକେଟରେ ବିଜୟୀ ହୋଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଓଡ଼ିଶା ୪୧.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୨୪ ରନ୍‌ କରିଥିଲା। ମଧୁସ୍ମିତା ବେହେରା ୩୩, ପ୍ରଜ୍ଞାପରମିତା ମହାନ୍ତି ୨୮ ରନ୍‌ କରିଥିଲା ବେଳେ ତାମିଲନାଡ଼ୁ ପକ୍ଷରୁ ନିଦା ରେହମାନ୍‌ ୩ ଓ ଭି ବିଳାସିନୀ ୨ ଓ୍ଵିକେଟ ଅକ୍ତିଆର କରିଥିଲେ। ଏହି ଲକ୍ଷ୍ୟକୁ ତାମିଲନାଡ଼ୁ ୪୧.୫ ଓଭରରେ ୮ ଓ୍ଵିକେଟ ହରାଇ ହାସଲ କରିପାରିଥିଲା।

ଅଧିନାୟିକା ନିରଂଜନା ନାଗରାଜନ ୩୨, ନମିତା ଓଝା ୨୧, ଭି ବିଳାସିନୀ ୨୧ ରନ୍‌ ରନ୍‌ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଓଡ଼ିଶା ପାଇଁ ସୁଜାତା ମଲ୍ଲିକ ୩, ସୁଶ୍ରୀ ଦିବ୍ୟଦର୍ଶିନୀ ୨ ଓ୍ଵିକେଟ ହାସଲ କରିଥିଲେ।
ଅନ୍ୟପକ୍ଷରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ପଞ୍ଜାବ ୧୯ ରନ୍‌ରେ ହରିଆନାକୁ ହରାଇଛି। ପଞ୍ଜାବକୁ ୧୦୩ ରନ୍‌ରେ ହରିଆନା ସୀମିତ ରଖିଥିଲା। ଜସିଆ ଆଖତର ୨୩, ପ୍ରିୟା କୁମାରୀ ୨୦, ସ୍ନେହ ରଣା ୨୫ ରନ୍‌ କରଥିଲେ। ପି ଶର୍ମା ଓ ଏସ୍‌ ରଣା ଦୁଇଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ହରିଆନା ମାତ୍ର ୮୪ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ବି ଓହ୍‌ଲାନ୍‌ ୩୮ ଓ ଏନ୍‌ ଜାଙ୍ଗରା ୧୬ ରନ୍‌ କରିଥିବା ବେଳେ ୫ ଜଣ ଖାତା ଖୋଲିବାରେ ଅସମର୍ଥ ହୋଇଥିଲେ। ସ୍ନେହ ରଣା ୫ ଓ୍ଵିକେଟ ସଫଳତା ପାଇଥିଲେ।
ଡ୍ରିମ୍ସରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ସୌରାଷ୍ଟ୍ର ୨ ଓ୍ଵିକେଟ୍‌ରେ କର୍ଣ୍ଣାଟକକୁ ପରାସ୍ତ କରିଛି। ଭି କରୁଣା ଜୈନ୍‌ଙ୍କ ୫୫, ଏସ୍‌ ଶୁଭଙ୍କ ୨୮ ଓ ଜି ଦିବ୍ୟାଙ୍କ ୨୮ ରନ୍‌ ସହାୟତାରେ କର୍ଣ୍ଣାଟକ ୩ ଓ୍ଵିକେଟ ବିନିମୟରେ ୧୫୫ ରନ୍‌ କରିଥିଲା। ତେବେ ଏହି ଲକ୍ଷ୍ୟକୁ ସୌରାଷ୍ଟ୍ର ୩ ବଲ୍‌ ପୂର୍ବରୁ ୨ ଓ୍ଵିକେଟ୍‌ ବାକିଥାଇ ହାସଲ କରିପାରିଥିଲା। ବି ଶାସ୍ତ୍ରୀ (୫୦) ଅର୍ଧଶତକ ଅର୍ଜନ କରିଥିଲା ବେଳେ ଜୟୁ ଜାଡେଜା ୨୮, କେ ଆନୋଭାଡିଆ ୨୮ ରନ୍‌ କରି ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର