ବିଶ୍ୱକପ୍: ଇଂଲଣ୍ଡରେ ପହଂଚିଲା ଭାରତୀୟ ଟିମ୍, ୨୫ରେ ନ୍ୟୁଜିଲାଣ୍ଡ ସହିତ ଖେଳିବ ଅଭ୍ୟାସ ମ୍ୟାଚ୍
ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ ଖେଳିବା ପାଇଁ ଭାରତୀୟ ଟିମ ବୁଧବାର ଇଂଲଣ୍ଡରେ ପହଂଚିଛି। ଟିମ୍ ଇଣ୍ଡିଆର ବିଶ୍ୱକପ୍ରେ ଅଭିଯାନ ଜୁନ୍ରୁ ଆରମ୍ଭ ହେବ। ଭାରତ ଜୁନ୍ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଭାରତକୁ ୨ଟି ଅଭ୍ୟାସ ମ୍ୟାଚ ଖେଳିବାକୁ ହେବ। ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆ ପାଇଁ ଏହି ୨ଟି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତକୁ ୨ଟି ଅଭ୍ୟାସ ମ୍ୟାଚ୍ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଖେଳିବାର ଅଛି। ମେ’ ମାସ ୨୫ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳାଯିବ। ସେହିଭଳି ଭାରତ ମେ’ ମାସ ୨୮ରେ ବାଂଲାଦେଶ ଟିମ୍କୁ ଭେଟିବ। ନ୍ୟୁଜିଲାଣ୍ଡ କ୍ରିକେଟର ରସ୍ ଟେଲର ମଙ୍ଗଳବାର କହିଛନ୍ତି, ଭାରତ ବିପକ୍ଷରେ ଅଭ୍ୟାସ ମ୍ୟାଚ ଟିମ୍କୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେବାର ସାହାଯ୍ୟ କରିବ।
ଟେଲର କହିଛନ୍ତି, ଭାରତ ବିପକ୍ଷରେ ମେ’ ମାସ ୨୫ର ମ୍ୟାଚ ପାଇଁ ଭଲ ପ୍ରସ୍ତୁତ ହୋଇଛି। କାରଣ ସବୁଠାର ମଜବୁତ ଟିମ୍ ମଧ୍ୟରୁ ଭାରତ ହେଉଛି ଅନ୍ୟତମ। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟାଇଟଲ୍ ଜିତିବା ପାଇଁ ପ୍ରବଳ ଦାବିଦାର। ଆମ ପାଇଁ ଏହା ଭଲ ହେବ ଯେ ଏକ ଶକ୍ତିଶାଳୀ ଟିମ୍ ସହିତ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଯାଉଛୁ ବୋଲି ଟେଲର କହିଛନ୍ତି।