ଯୁବ ଆଇଲିଗ୍‌ରେ ହାରିଲା ଓଡ଼ିଶା

ଭୁବନେଶ୍ୱର: ମେଘାଳୟର ସିଲଂରେ ଚାଲିଥିବା ୧୮ ବର୍ଷରୁ କମ୍‌ ଯୁବ ଆଇ ଲିଗ୍‌ ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ନିଜର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଦଳ ୧-୪ ଗୋଲ୍‌ରେ ନେରୋକା ଏଫ୍‌ସିଠାରୁ ହାରି ଯାଇଛି। ୧୬ତମ ମିନିଟ୍‌ରେ ଦିଲ୍ଲୀପ ଲାକ୍ରାଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ଓଡ଼ିଶା ୦-୧ରେ ପଛୁଆ ରହିଥିଲା। ଏହାପରେ ବିନୟ ଟପୋ (୨୦ ମିନିଟ୍‌) ଗୋଲ୍‌ ଦେଇ ସ୍ଥିତି ୧-୧କୁ ଆଣିଥିଲେ। ତେବେ ଦ୍ୱିତୀୟାର୍ଧରେ ଏଲାଙ୍ଗବାମ ଜୟକିଷନ ସିଂହ (୪୭ ମିନିଟ୍‌) ଏବଂ ଖାଇମିନ୍‌ଥାଙ୍ଗ୍‌ ଲୁଙ୍ଗଦିମ୍‌ (୫୬, ୫୯ ମିନି୍‌ଟ) ଗୋଲ୍‌ରେ ନେରୋକା ମ୍ୟାଚ୍‌ ଜିତି ନେଇଥିଲା।

ସମ୍ବନ୍ଧିତ ଖବର