ଯୁବ ଆଇଲିଗ୍‌ : ହାଇଦ୍ରାବାଦ ସହ ପଏଣ୍ଟ୍‌ ବାଣ୍ଟିଲା ଓଡ଼ିଶା

ଭୁବନେଶ୍ୱର: ମେଘାଳୟର ସିଲଂରେ ଚାଲିଥିବା ୧୮ ବର୍ଷରୁ କମ୍‌ ଯୁବ ଆଇ ଲିଗ୍‌ (ଇଣ୍ଡିଆନ୍‌ ୟୁଥ୍‌ ଲିଗ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ଦୁଇଟି କ୍ରମାଗତ ପରାଜୟ ପରେ ପ୍ରଥମ ଥର ପାଇଁ ପଏଣ୍ଟ୍‌ ବାଣ୍ଟିଛି। ପ୍ରଥମ ମ୍ୟାଚ୍‌ରେ ନେରୋକା ଏଫ୍‌ସିଠାରୁ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଟାଟା ଫୁଟ୍‌ବଲ୍‌ ଏକାଡେମି ନିକଟରୁ ହାରି ଯାଇଥିବା ଏହି ଓଡ଼ିଶା ଦଳ ଶୁକ୍ରବାର ତୃତୀୟ ମ୍ୟାଚ୍‌କୁ ଫତେ ହାଇଦ୍ରାବାଦ ଏଫ୍‌ସି ସହ ଅମୀମାଂସିତ ରଖିଛି। ଉଭୟ ଦଳ ଏହି ମ୍ୟାଚ୍‌ ୩ ଲେଖାଏଁ ଗୋଲ୍‌ କରିଥିଲେ। ଓଡ଼ିଶା ଦଳ ପକ୍ଷରୁ ରମଣ ମହ୍ଲା ୧୮ ଓ ୬୯ ମିନିଟ୍‌ରେ ଦୁଇଟି ଗୋଲ୍‌ କରିଥିଲା ବେଳେ ଅରୁଣ ମିଞ୍ଜ୍‌ ୪୦ ମିନିଟ୍‌ରେ ଗୋଟିଏ ଗୋଲ୍‌ କରିଥିଲେ। ତେବେ ଦୁର୍ଭାଗ୍ୟବଶତଃ ଏହି ମ୍ୟାଚ୍‌ ଆମେ ଜିତିପାରିଲୁନି। ହେଲେ ପରବର୍ତୀ ମ୍ୟାଚ୍‌ରେ ବିଜୟୀ ହେବାକୁ ପ୍ରୟାସ କରିବୁ ବୋଲି କ୍ରୀଡ଼ା ଛାତ୍ରାବାସ ଦଳର ପ୍ରଶିକ୍ଷକ ଅବନୀ ମହାନ୍ତି କହିଛନ୍ତି। କ୍ରୀଫା ଛାତ୍ରାବାସ ଦଳ ତା’ର ପରବର୍ତୀ ମ୍ୟାଚ୍‌ ରବିବାର ଆଇଜଲ୍‌ ଏଫ୍‌ସି ସହ ଖେଳିବ।

ସମ୍ବନ୍ଧିତ ଖବର