ନବଯୁଗ ପୂର୍ବାଞ୍ଚଳ କର୍ପୋରେଟ୍‌ ଗଲ୍‌ଫ: ଜେଡ୍ ଇଷ୍ଟେଟ୍‌ ବିଜେତା

ଭୁବନେଶ୍ବର: ଭୁବନେଶ୍ବର ଗଲ୍‌ଫ କ୍ଲବ୍‌ରେ ଶନିବାର ୧୪ତମ ନବଯୁଗ ପୂର୍ବାଞ୍ଚଳ କର୍ପୋରେଟ୍‌ କପ୍ ଗଲଫ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୂର୍ବାଞ୍ଚଳର ୨୫ଟି ସରକାରୀ ଏବଂ କର୍ପୋରେଟ୍ ସଂସ୍ଥାରୁ ଗଲଫ୍‌ରମାନେ ଭାଗ ନେଇଥିବା ବ‌େଳେ ଭୁବନେଶ୍ବରର ପ୍ରତିଷ୍ଠିତ ରିୟଲ ଇଷ୍ଟେଟ୍ କମ୍ପାନି ଜେଡ୍‌ ଇଷ୍ଟେଟ୍ ବିଜେତା ଏବଂ ସିଂହ ଅଟୋମେଟିଭ୍ସ ଉପବିଜେତା ହୋଇଛନ୍ତି। ବ୍ୟକ୍ତିଗତ ପୁରସ୍କାରଗୁଡ଼ିକରେ‌ ସୌନକ ପାରିକ ଶ୍ରେଷ୍ଠ ମହିଳା ଗଲଫର, ପ୍ରଶାନ୍ତ ମୌର୍ଯ୍ୟ‌ ଶ୍ରେଷ୍ଠ ଆଉଟଷ୍ଟେସନ୍ ଗଲଫର ସମ୍ମାନ ପାଇଥିଲେ। ୦-୧୮ ହ୍ୟାଣ୍ଡିକ୍ୟାପ୍ ବର୍ଗରେ ସତ୍ୟଜ୍ୟୋତି ମହାନ୍ତି ବିଜେତା ଏବଂ ରଂଜିତ ସିଂହ ଉପ ବିଜେତା ହୋଇଥିଲେ। ୧୯-୨୪ ବର୍ଗରେ ଲଖି ସ୍ବାଇଁ ବିଜେତା ଏବଂ ବିନାୟକ ଜାମୱାଲ ଉପ ବିଜେତା ହୋଇଛନ୍ତି। ଦଲବୀର ସିଂହଙ୍କୁ ଶ୍ରେଷ୍ଠ ଗ୍ରସ୍ ସମ୍ମାନ ମିଳିଛି। ଶନିବାର ପ୍ରତ୍ୟୁଷରୁ ଏହି ପ୍ରତିଯୋଗିତାକୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଉଦ୍‌ଘାଟନ କରିଥିବା ବେଳେ ଉନ୍ନୟନ କମିଶନର ତଥା ଭୁବନେଶ୍ବର ଗଲ୍‌ଫ କ୍ଲବ୍‌ର ସଭାପତି ଅସିତ ତ୍ରିପାଠୀ, ପ୍ରତିଯୋଗିତାର ଆବାହକ ରାଜୀବ ଶେଖର ସାହୁ, ବିଜିସି ସଂପାଦକ ତପନ ମହାନ୍ତି, ଅଧିନାୟକ ଦଲ୍‌ବୀର ସିଂହ ଏବଂ ଟାଇଗର୍‌ ସ୍ପୋର୍ଟସ୍‌ ମାର୍କେଟିଂର ଇସ୍‌ହାନ୍‌ ଡି’ସୁଜା ପ୍ରମୁଖ ଅତିଥି ଥିଲେ। ଭବିଷ୍ୟତରେ ବିଜିସିର ୯ ହୋଲ୍ କୋର୍ସକୁ ୧୮ ହୋଲ୍‌ରେ ପରିଣତ କରାଯିବ ବୋଲି ମଧ୍ୟ ଏହି ଅବସରରେ ସୂଚନା ଦିଆଯାଇଛି। ପଡ଼ୋଶୀ ରାଜ୍ୟରୁ ପ୍ରେରଣା ନେଇ ଆମେ ଏକ ଅନ୍ତର୍ଜାତୀୟ ଗଲ୍‌ଫ କୋର୍ସ ପ୍ରସ୍ତୁତ କରିବାର ଯୋଜନାରେ ରହିଛୁ ବୋଲି ସଭାପତି ଅସିତ ତ୍ରିପାଠୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର