ନବୀନ ନିବାସରେ ବେଦ ପ୍ରକାଶ ଅଗ୍ରଵାଲଙ୍କ ପତ୍ନୀ ଓ ପୁଅ

ଭୁବନେଶ୍ବର: ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଵାଲ ଅସୁସ୍ଥ ଥିବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ଆଜି ନବୀନ ନିବାସ ଆସିଥିଲେ ଖୋଦ ଶ୍ରୀଅଗ୍ରଵାଲଙ୍କ ପତ୍ନୀ ଓ ତାଙ୍କ ପୁଅ। ୨୦୧୯ ନିର୍ବାଚନରେ ପାଟକୁରା ଆସନ ପାଇଁ ଶ୍ରୀଅଗ୍ରଵାଲଙ୍କୁ ପୁଣିଥରେ ବିେଜଡି ମୁଖିଆ ପ୍ରାର୍ଥୀ କରିଛନ୍ତି। ଗତ ୨୭ ତାରିଖରୁ ଏ ନେଇ ବିଜେଡି ସୁପ୍ରିମୋ ଘୋଷଣା କରିଥିଲେ ବି ଏଯାଏଁ ଶ୍ରୀଅଗ୍ରଵାଲ ଥରୁଟିଏ ବି ନବୀନ ନିବାସ ଆସିନାହାନ୍ତି। ଚର୍ଚ୍ଚା ହେଉଛି, ଚଳିତ ଥର ତାଙ୍କ ସ୍ଥାନରେ ପୁଅକୁ ପାଟକୁରା ଟିକେଟ ଦେବାକୁ ସୁପ୍ରିମୋଙ୍କୁ ବୁଝାଇବାକୁ ବହୁ ଉଦ୍ୟମ କରି ଶ୍ରୀଅଗ୍ରଵାଲ ଫେଲ୍ ମାରିଥିଲେ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଶ୍ରୀଅଗ୍ରଵାଲଙ୍କ ଟିକେଟ ମାଗିବାକୁ ଆସିଥିବା ପତ୍ନୀ ଓ ପୁଅଙ୍କୁ ସଭାପତି ଖାଲି ହାତରେ ଫେରାଇଛନ୍ତି। ଶ୍ରୀପଟ୍ଟନାୟକ ରୋକଠୋକ୍ କହିଛନ୍ତି ନବୀନ ନିବାସ ନିଜେ ନଆସିଲେ ପାଟକୁରା ଟିକେଟ ଉପରେ ବିକଳ୍ପ ବିଚାର କରାଯିବ।

ସମ୍ବନ୍ଧିତ ଖବର