ଲାଞ୍ଜିଗଡ଼ରୁ ଭୁବନେଶ୍ୱର ଆସୁଥିବା ଘରୋଇ ବସ୍‌ ଦୁର୍ଘଟଣାଗସ୍ତ, ୧୦ ଗୁରୁତର

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ ନୟାଗଡ଼ର ତୁମୁଡ଼ି ଠାରେ ଦୁର୍ଘଟଣାଗସ୍ତ ହୋଇଛି। ଫଳରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ଜଣାଯାଇଛି। ଶୁକ୍ରବାର ଅପରାହ୍ନ ୫ଟାରେ ‘ସାରଳା’ ନାମକ ଏହି ଘରୋଇ ବସ ଲାଞ୍ଜିଗଡ଼ରୁ ମଦନପୁର ରାମପୁର ଦେଇ ଭୁବନେଶ୍ୱର ଯାଉଥିଲା। ଭୋର ୪ଟା ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ତୁମୁଡ଼ିଠାରେ ଏକ ବୁଲାଣିରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍‌ଟି ଗଛରେ ପିଟି ହୋଇ ଯାଇଥିଲା। ଫଳରେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଓଡ଼ଗାଁ ଓ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଦୁର୍ଘଟଣାରେ ବସ୍‌ର ଆଗ ପଟ ଚୂରମାର ହୋଇଯାଇଛି।

ସମ୍ବନ୍ଧିତ ଖବର