ସମ୍ବଲପୁରରେ ଡବଲ ମର୍ଡର : ରାସ୍ତା ଅବରୋଧ କରି ୧୧ ଗିରଫ

ସମ୍ବଲପୁର : ଠେଲକୋପଡ଼ା ଡବଲ ମର୍ଡର ଘଟଣାର ଉଭୟ ପକ୍ଷରୁ ୧୦ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ସୁଜିତ ନାଗ ହତ୍ୟା ମାମଲାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଶଙ୍କର ମାଝୀ ହତ୍ୟା ମାମଲାରେ ବୁଧବାର ୩ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ପଡ଼ାଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସୁଜିତ ନାଗ ହତ୍ୟା ମାମଲାରେ ସମ୍ବଲପୁର ଟାଉନ ଥାନା ପୁଲିସ୍‌ ମଂଗଳବାର ରାତି ୨ଟାରେ ଶଙ୍କର ମୁଖୀ ହତ୍ୟା ମାମଲାରେ ପୁଲିସ ଠେଲ୍‌କୋପଡ଼ାରେ ଚଢ଼ଉ କରି ସୁଜିତର କାକା ସୁରେନ୍ଦ୍ର ନାଗ, ଭାଇ ସୁମିତ ନାଗ ଏବଂ ରାକେଶ ମୁଖୀକୁ ଘରୁ ଉଠାଇ ଆଣିଥିଲା। ସକାଳ ୮ଟାରେ ପଡ଼ାର ଲୋକେ ଏହାର ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ତେବେ ପୁଲିସ୍‌ ଆନ୍ଦୋଳନର ନେତୃତ୍ୱ ନେଉଥିବା ୧୧ ଜଣଙ୍କୁ ଗିରଫ କରିବା ପରେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ପଡ଼ାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର