ବୌଦ୍ଧ : ପଛୁଆ ଜିଲ୍ଲା ବୌଦ୍ଧରେ ମାଳ ମାଳ ସରକାରୀ ଯୋଜନା ତୃଣମୂଳ ସ୍ତରରେ ଅପହଞ୍ଚ। ବୌଦ୍ଧ ବ୍ଲକ ସଦର ମହକୁମା ଠାରୁ ମାତ୍ର ୫୦ କିଲୋମିଟର ଓ ବାଉଁଶୁଣି ଜାତୀୟ ରାଜପଥ ୫୭ ରୁ ୨୭ କିଲୋମିଟର ଦୂରରେ ଥିବା ଗୁନ୍ଦୁଲିଆ ପଞ୍ଚାୟତର ଉଡାମୁଣ୍ତ, ଖୁଜୁରୁଜ୍, ଡଙ୍କେନଗଡ଼, ମାତାଗାଡ଼ୁ, ସାରାଗାଡ଼ୁ, ପରମ, ଖଜୁରିପଡ଼ା, ଟେଙ୍ଗାପଦର ଓ ପାଖାପାଖି ୧୨ଖଣ୍ତ ଗାଁର ଶତାଧିକ ପରିବାରର ଦୁର୍ଦ୍ଦଶା ଦେଖିଲେ ଏହା ସ୍ପଷ୍ଟ। ପ୍ରତି ଗାଁରେ ପ୍ରାୟ ୧୫ରୁ ୨୦ ପରିବାର ରହୁଥିବା ବେଳେ ୯୦ ପ୍ରତିଶତ ପରିବାର ତହସିଲଭୁକ୍ତ ଜାତି ଓ ଜନଜାତି ବର୍ଗର। ସେମାନେ ବର୍ଷ ବର୍ଷ ଧରି ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଜୁଳି, ପାନୀୟ ଜଳ ଭଳି ମୌଳିକ ଅଧିକାରୁ ମଧୢ ବ˚ଚିତ ହୋଇ ଆସୁଛନ୍ତିି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁନ୍ଦୁଲିଆ ପଞ୍ଚାୟତ ଦେଇ ତିଲପଙ୍ଗା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ରହିଛି। ମାତ୍ର ଏହିଠାରୁ ଉକ୍ତ ୧୨ଖଣ୍ତ ଗାଁକୁ ଯାତାୟତ ପାଇଁ ସବୁଦିନିଆ ରାସ୍ତାଟିଏ ନାହିଁ। ଏହି ଗାଁଗୁଡ଼ିକର ଲୋକଙ୍କୁ ୧୨କିଲୋମିଟର ପାଦ ଚଲା ରାସ୍ତାରେ ଚାଲି ଚାଲି ଗୁନ୍ଦୁଲିଆ ପଞ୍ଚାୟତ ଅଫିସ୍କୁ ଆସିବାକୁ ପଡ଼ିଥାଏ। ଭତ୍ତା ଟଙ୍କା ହେଉ ଅବା ଖାଦ୍ୟ ସୁରକ୍ଷା ଯୋଜାନରେ ମିଳୁଥିବା ଚାଉଳ ଓ କିରୋସିନ ରାସନ ସାମଗ୍ରୀ ବୃଦ୍ଧ ବୃଦ୍ଧା ମହିଳାମାନେ ପଞ୍ଚାୟତ ପହଞ୍ଚିବାକୁ ନାହିଁ ନଥିବା ସମସ୍ୟା ଭୋଗୁଥିବା ଦେଖାଯାଉଛି। ରାସ୍ତା ନଥିବାରୁ ଗାଁମାନଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚିି ପାରୁ ନାହିଁ। ଏଏନ୍ଏମ୍ କେନ୍ଦ୍ର ସବୁ ଭୂତକୋଠି ହୋଇପଡ଼ିଛି। ଆମ୍ବୁଲାନ୍ସ ଅଧା ବାଟରେ ଅଟକି ରହୁଛି। ଗୁରୁତର ରୋଗୀ ପ୍ରାୟ ୮ରୁ ୧୦ କିଲୋମିଟର ତିଲପଙ୍ଗା ପର୍ଯ୍ୟନ୍ତ ଭାର କିମ୍ବା ସାଇକଲରେ ବୁହା ହୋଇ ଆସୁଛନ୍ତି। ଚିକିତ୍ସା ପାଇଁ ବାଉଁଶୁଣି ସ୍ବାସ୍ଥ୍ୟକେନ୍ଦ୍ରକୁ କଷ୍ଟେମଷ୍ଟେ ପହଞ୍ଚାଯାଉଛି। ରାଜୀବ ଗାନ୍ଧୀ ବିଦ୍ୟୁତୀକରଣ ଯୋଜନାରେ ଉକ୍ତ ଗାଁକୁ ଗୁଡ଼ିକୁ ବିଦ୍ୟୁତ ସ˚ଯୋଗ ଦିଆଯାଇଥିବା ବେଳେ କେଉଁଠି ଟ୍ରାନଫର୍ମର ଏକାଧିକ ବର୍ଷରୁ ପୋଡ଼ି ଖତ ଖାଉଛି ତ କେଉଁଠି ଖୁମ୍ବ ଅଛି ତାର ନାହିଁ। ଫଳରେ ଲୋକେ ଜଙ୍ଗଳ ଓ ପାହାଡ଼ର ଅନ୍ଧକାରରେ ଜୀବନ ବିତାଉଛନ୍ତି। କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ନା ସେହି ଗାଁକୁ ପହଞ୍ଚି ପାରିଛି ନା ପୂର୍ବରୁ ଖ˚ଜା ବିଦ୍ୟୁତ ସ˚ରଜାମର ମରାମତି ପାଇଁ କେହି ଯାଉଛନ୍ତି। ଏହି ଗ୍ରାମଗୁଡ଼ିକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନାହିଁ। ଲୋକେ ନାଳରୁ ପାନୀୟ ଜଳ ସଂଗ୍ରହ କରୁଥିବା ଜଣାଯାଇଛି।
ଅଞ୍ଚଳର ଶତାଧିକ ଶିଶୁ ଶିକ୍ଷା ଅଧିକାରରୁ ବ˚ଚିତ ଅଛନ୍ତି। ସ୍କୁଲ ଅଛି ମାତ୍ର ଶ୍ରେଣୀ ଗୃହ ନାହିଁ। ପିଲା ପଢିବାକୁ ସ୍କୁଲକୁ ଆସୁ ନାହାନ୍ତି। ମାତ୍ର ପ୍ରତିଦିନ ମଧୢାହ୍ନ ଭୋଜନ ରନ୍ଧା ହୋଇ ବଣ୍ଟାଯାଉଛି। ପିଲାଙ୍କୁ ସ୍କୁଲକୁ ଆଣିବା ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନାହିଁ। ରାସ୍ତା ଅଭାବରୁ ସ୍କୁଲକୁ ପ୍ରତିଦିନ ଶିକ୍ଷକ ଯିବାକୁ କୁଣ୍ଠା କରୁଛନ୍ତି। ଉଡାମୁଣ୍ତ ପ୍ରାଥମିକ ସ୍କୁଲ ଏହାର ସଦ୍ୟତମ ଉଦାହରଣ ଭାବେ ନିଆଯାଇପାରେ। ସ୍କୁଲରେ ମାତ୍ର ୮ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କ ପାଇଁ ଦୁଇ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ଜଣେ ତିଲପଙ୍ଗା ଅଞ୍ଚଳରେ ରହୁଥିବାରୁ ପ୍ରାୟତଃ ସ୍କୁଲକୁ ଯାଉଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ଯିଏକି ପ୍ରଧାନ ଶିକ୍ଷକ ରହିଛନ୍ତି ସେ ବଘିଆପଡ଼ାରେ ରହୁନ୍ତି। ସେ ସ୍କୁଲକୁ ନିୟମିତ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାତ୍ର ନିୟମିତ ମଧୢହ୍ନ ଭୋଜନ ଚାଲୁଥିବା ଫାଇଲରେ ଉଲ୍ଲେଖ ଥିବାରୁ ଜଣାପଡ଼ୁଛି।
ମୋଟାମୋଟି ଭାବେ କହିବାକୁ ଗଲେ ଗୁନ୍ଦୁଲିଆ ପଞ୍ଚାୟତର ଏହି ୧୨ଖଣ୍ତ ଗାଁର ବିକାଶ ଓ ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନରେ ରାସ୍ତା ଏକମାତ୍ର ବାଧକ ସାଜିଛି। ମାତ୍ର ଅଞ୍ଚଳର ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ ବାବୁମାନେ ଏଥିପ୍ରତି ଆଦୌ ଧୢାନ ଦେଉନଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି।