କୋଠଘରେ ବିସ୍ଫୋରଣ : ଦୁଇ ନାବାଳକ ଆହତ

ଗଞ୍ଜାମ : ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ରେଡ୍ଡି ସାହିର ଗାଁ କୋଠ ଘରେ ବିସ୍ଫୋରଣ ଘଟି ଦୁଇ ନାବାଳକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣକୁ ନେଇ ଏବେ ପୁଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଗୋଟିଏ ପଟେ ପୁଲିସ୍‌ ଏହାକୁ ମାମୁଲି ବାଣ ବୋଲି କହୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବୋମା କହୁଥିବା ଏବଂ ବିସ୍ଫୋରଣ ପଛରେ ଏକ ବଡ଼ ରହସ୍ୟ ଛପି ରହିଥିବା ଓ ପୁଲିସ ଜାଣିଶୁଣି ଚପାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର