ବେତନଟୀ: ଆଜି ପୂର୍ବାହ୍ନ ୧୦ଟା ବେଳେ ବୈଶିଙ୍ଗା ଥାନା ଅର୍ନ୍ତଗତ ବଡ଼ଦେଉଳିଆ ନିକଟରେ ଏକ ଟ୍ରକ୍ ଏବଂ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତିନି ଜଣ ଯୁବକ ଗୋଟିଏ ମୋଟର ସାଇକେଲ୍ ଯୋଗେ ୧୮ ନମ୍ବର ଜାତୀୟ ରାଜପଥରେ ବାଲେଶ୍ୱରରୁ ଆହାରିକୁ ଯାଉଥିବା ବେଳେ ଓଡି-୧୧-୮୧୧୫ ନମ୍ବର ବିଶିଷ୍ଟ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହେବା ସହ ଅନ୍ୟ ଜଣେ ବାଲେଶ୍ୱର ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ସେମାନଙ୍କ ନାଁ ହେଉଛି ନୂଶା ଓରଫ୍ ଗୁରା ସିଂହ ଏବଂ ଶଙ୍କର ସିଂହ। ଆହତ ରବୀନ୍ଦ୍ର ସିଂହ ବୈଶିଙ୍ଗା ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ବାରିପଦା ପଠାଯିବାର ବ୍ୟବସ୍ଥା କରାଯାଉଛି।
ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ଟ୍ରକ୍ ଏବଂ ମୋଟର୍ ସାଇକେଲ୍କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଗୁରା ସିଂହଙ୍କ ମାମୁ ସୋନିଆ ସିଂହଙ୍କ ଏତଲା ଆଧାରରେ ଖୁଣ୍ଟା ପୁଲିସ ଷ୍ଟେସନ୍ରେ ଏକ ମାମଲା ରୁଜୁ କରାଯାଇଛି।