ଆସିଲା ୨୯ଟି ସିଟି ବସ୍

ଭୁବନେଶ୍ୱର : ସ୍ମାର୍ଟ ସିଟି ଯୋଜନାରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଅଧୀନରେ ରାଜଧାନୀରେ ୨୦୦ରୁ ଅଧିକ ସିଟି ବସ୍ ଚାଲିବ। ହକି ବିଶ୍ୱକପ୍ ପୂର୍ବରୁ ଏହି ‌ବସ୍ ଗଡ଼ିବାକୁ ଥିବାବେଳେ ନଭେମ୍ବର ପ୍ରଥମ ସପ୍ତାହରେ ଏହାର ଉଦ୍‌ଘାଟନ ହେବ। ଏଥିପାଇଁ ଆଜି ୨୯ଟି ମଧ୍ୟମ ସାଇଜ୍‌ର ସିଟି ବସ୍ ଆସିଛି। ଅଶୋକ‌ ଲେଲ୍ୟାଣ୍ଡ କମ୍ପାନି ଏହି ବସ୍ ଯୋଗାଇଥିବାବେଳେ ଆସନ୍ତା ଶୁକ୍ରବାର ଆଉ ୫୬ଟି ସିଟି ବସ୍ ଆସିବ। ବାକି ୧୫ଟି ବସ୍ ସଂସ୍ଥା ପକ୍ଷରୁ ଆସନ୍ତା ମାସରେ ଯୋଗାଇ ଦିଆଯିବ। ଏହି ମଧ୍ୟମ ଆକାରର ବସ୍‌ରେ ୨୮ଜଣ ଯାତ୍ରୀ ଯାଇପାରିବେ। ସେହିପରି ଟାଟା ମୋଟର୍ସ ୧୦୦ ଟି ବସ୍ ଯୋଗାଇବାକୁ ଥିବାବେଳେ ଏହି ସମସ୍ତ ବସ୍ ଶୀତତାପ ନିୟନ୍ତ୍ରିତ। ଏଥିରେ ୪୪ଜଣ ଯାତ୍ରୀ ଯାଇପାରିବେ। ଏହି ୧୦୦ଟି ବସ୍ ଚଳିତ ମାସ ଶେଷ ସୁଦ୍ଧା ଆସିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର