ଜରିମାନା ପୈଠ କଲେନି, ୬ ଖଣି ଲିଜ୍‌ ବାତିଲ

ଯୋଡ଼ା : ଖଣି ଜରିମାନା ଅର୍ଥ ପୈଠ କରି ନଥିବାରୁ ରାଜ୍ୟ ସରକାର ଯୋଡ଼ା ଖଣି ମଣ୍ତଳର ୬ ଖଣିର ଲିଜ୍‌କୁ ବାତିଲ କରିଛନ୍ତି। ବାତିଲ ଖଣି ମଧ୍ୟରେ ରହିଛି ଭଞ୍ଜ ମିନେରାଲ ଲି. ଇଙ୍ଗାଣିଝରଣ ଲୁହାପଥର ଓ ମାଙ୍ଗାନିଜ ଖଣି, ଏଚ୍‌ଜି ପାଣ୍ତ୍ୟା ଜଜାଙ୍ଗ ଲୁହାପଥର ଓ ମାଙ୍ଗାନିଜ ଖଣି, ଏମ୍‌ଆର ଦାସ ଦେଓଝର ଲୁହାପଥର ଖଣି, ମିନେରାଲ ଟ୍ରେଡି˚ ସିଣ୍ତିକେଟ ଭୋଳବେଡ଼ା ଲୁହାପଥର ଖଣି, ଅର୍ଜୁନଲୋଧା ବାଲାଗୋଡ଼ ଲୁହାପଥର ଓ ମାଙ୍ଗାନିଜ ଖଣି ଏବ˚ ବିଡି ପଟ୍ଟନାୟକ କଳାପର୍ବତ ଲୁହାପଥର ଖଣି। ଯୋଡ଼ା ଖଣି ଉପନିର୍ଦେଶକ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ମଧୢ ଏହି ଖଣିଗୁଡ଼ିକ ଜରିମାନା ଅର୍ଥ ପୈଠ କରି ନଥିଲେ। ଏଣୁ ଗତ ଅଗଷ୍ଟ ମାସରେ ରାଜ୍ୟ ସରକାର ଏହି ୬ ଟି ଖଣିର ଲିଜ୍‌କୁ ବାତିଲ କରିଛନ୍ତି। ସ˚ପୃକ୍ତ ଖଣି ଲିଜଧାରୀଙ୍କ ନାମରେ ସାର୍ଟିଫିକେଟ କେସ୍‌ ମଧୢ ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର