କେବିକେ ଜିଲ୍ଲାରେ ହେବ ଆଉ ୯୫ ହଷ୍ଟେଲ୍‌

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ କେବିକେ ଜିଲ୍ଲାରେ ଆଉ ୯୫ଟି ନୂଆ ହଷ୍ଟେଲ୍‌ ନିର୍ମାଣ କରାଯିବ। ଏଥିମଧ୍ୟରୁ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ୬୦ଟି ଏବଂ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ନିମନ୍ତେ ୩୫ଟି ନୂଆ ହଷ୍ଟେଲ୍‌ ନିର୍ମାଣ କରାଯିବ। ଆଜି ଏ ନେଇ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି। ଏସବୁ ହଷ୍ଟେଲ୍‌ ନିର୍ମାଣ ବାବଦରେ ୮୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅତିଶୀଘ୍ର ଏହି ହଷ୍ଟେଲ୍‌ ନିର୍ମାଣ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତିି।

ସମ୍ବନ୍ଧିତ ଖବର