ବିଧାନସଭା ଗୃହକମିଟି ଆଗରେ ତୃତୀୟ ଥର ପାଇଁ ହାଜର ହୋଇ ସତ୍ୟପାଠ ଦାଖଲ କଲେ ଅଭିଜିତ ଆୟାର ମିତ୍ର

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅପମାନିତ କରିଥିବା ଓ ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ କରିଥିବା ଅଭିଜିତ ଆୟାର ମିତ୍ର ଆଜି ତୃତୀୟ ଥର ର ପାଇଁ ବିଧାନସଭା ପରିସରରେ ଗୃହକମିଟି ସମ୍ମୁଖରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି। ଓଡ଼ିିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହକମିଟ ସମ୍ମୁଖରେ ହାଜର ହୋଇ ଶ୍ରୀ ମିତ୍ର ଏହି ସତ୍ୟପାଠ ଦାଖଲ କରିଛନ୍ତି।ଗତକାଲି ଗୃହକମିଟି ଆଗରେ ଅଭିଜିତ ହାଜର ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରି ନ ପାରିବାରୁ, ଆଜି ତାଙ୍କୁ ପୁଣି ଥରେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିିଲା। ଆଜି ଅଭିଜିତ ଗୃହକମିଟି ସମ୍ମୁଖରେ ହାଜର ହୋଇ ସତ୍ୟପାଠ ଦାଖଲ କରିବା ପରେଏହି ଘଟଣାନେଇ ଗୃହ କମିଟିର ବୈଠକ ଜାରି ରହିଛି।
ସୂଚନାଯୋଗ୍ୟ ଯେ, କୋଣାର୍କ ସୂର୍ଯ୍ୟମନ୍ଦିର, ଓଡ଼ିଶା ଓ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ କୋଣାର୍କ ଥାନାରେ ମାମଲ ରୁଜୁ ହୋଇଥିବା ବେଳେ ଓଡ଼ିଶା ବିଧାନସଭାରେଏ ନେଇ ଆଲୋଚନା କରାଯାଇ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ହୋଇଥିଲା। ଏଥିପାଇଁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ନେତୃୃତ୍ୱରେ ଗୃହ କମିଟି ଗଠନ କରାଯାଇଥିିଲା। ଗତ ଅକ୍ଟୋବର ମାସ ୧୧ ତାରିଖରେ ଅଭିଜିତଙ୍କୁ ଗୃହକମିଟି ସମ୍ମୁଖରେ ହାଜର ହେବାକୁ ନିେର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସେଦିନ ଅଭିଜିତ ଗୃହକମିଟି ଆଗରେ ହାଜର ନ ହେବାରୁ ତାଙ୍କୁ ଅକ୍ଟୋବର ୨୩ ତାରିଖରେ ହାଜର ହେବା ପାଇଁ କୁହାଯିବ ସହିତ ପୁଲିସ ମହାଦନିର୍ଦ୍ଦେଶକଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା। ଗତ ଅକ୍ଟୋବର ୨୩ ତାରିଖରେ ଅଭିଜିତ ଆୟାର ମିତ୍ର ଗୃହକମିଟି ଆଗରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ। ମାତ୍ର ଗୃହକମିଟି ତାଙ୍କୁ ନଭେମ୍ବର ୨ ତାରିଖରେ ସତ୍ୟପାଠ ସହିତ ହାଜର ହେବାକୁ କହିଥିଲେ। ଏହି କ୍ରମରେଗତକାଲଇ ଅଭିଜିତ ଆୟାର ମିତ୍ର ଗୃହକମିଟି ଆଗରେ ହାଜର ହୋଇଥିଲେ ମଧ୍ୟ ସତୃପାଠ ଦାଖଲ କରି ପାରି ନ ଥିଷଳ। ତେଣୁ ଆଜି ପୁଣି ଥରେ ବିଧାନସଭା ପରିସରରେ ଗୃହକମିଠଇ ଆଗରେ ହାଜର ହୋଇ ଅଭିଜିତ ସତୃପାଠ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର