ଦୀପାବଳିରେ ଅଘଟଣ, ୨୪ ବଖରା ଜଳିଗଲା, ୧୫ ଆହତ

ଭଦ୍ରକ/ଚାନ୍ଦବାଲି: ଦୀପାବଳି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ଅତିକମ୍‌ରେ ୨୪ ବଖରା ଘର ଜଳି ଯାଇଥିବାବେରଳ ୧୬ ଜଣ ଆହତ ହୋଇଛନ୍ତି। ଭଦ୍ରକରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ଜିଲ୍ଲାରେ ୧୫ ଜଣ ଆହତ ହୋଇଛନ୍ତି। ଧାମନଗର ଥାନା ଅନ୍ତର୍ଗତ ବାରିକପୁର ପାଇମହୁରାଗ୍ରାମର ଅଧର ବେହେରା ବାଣ ଫୁଟାଉଥିବା ବେଳେ ବାମ ହାତ ପୋଡ଼ି ଯାଇଛି। ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ସେହିପରି ବାଲିଖଣ୍ଡ ଅଞ୍ଚଳର ଦେବେନ୍ଦ୍ର ମଳିକଙ୍କ ଗୋଡ଼ ପାପୁଲି ପୋଡ଼ି ଯାଇଥିବା ବେଳେ ଧୂଷୁରୀ ଥାନା ଅନ୍ତର୍ଗତ ଦେହରାପାଟଣା ଗ୍ରାମର ସନ୍ତୋଷ ବାରିକଙ୍କ ହାତ ପାପୁଲି ପୋଡ଼ି ଯାଇଛି। ମଇତାପୁର ଅଞ୍ଚଳର ଜଣେ ୪ ବର୍ଷର ଶିଶୁପୁତ୍ରର ହାତ ପୋଡ଼ି ଯାଇଥିବା ବେଳେ ଭଦ୍ରକ ଟାଉନ ଥାନାର ସନ୍ଥିଆ ଗ୍ରାମର ଜଣେ ଶିଶୁକନ୍ୟାର ପିଠିରେ ଦୀପ ନିଆଁ ଲାଗିଯିବାରୁ ତାର ଦେହ ପୋଡ଼ିଯାଇଛି। ସମସ୍ତ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ, ଦୀପାବଳିରେ ୨୪ ବଖରା ଘର ପୋଡ଼ି ଯାଇଥିବା ଖବର ମଳିଛି। ସେଥିମଧ୍ୟରୁ ଜଗତ୍‌ସିଂହପୁରରେ ୧୪ ବଖରା ଘର ପୋଡ଼ି ଯାଇଥିବାବେଳେ କେନ୍ଦ୍ରାପଡ଼ାର ଡେରାବିଶରେ ୨ ବଖରା, ଭଦ୍ରକ ଧାମରା ଅନ୍ତର୍ଗତ ଦୋସିଙ୍ଗା ପଞ୍ଚାୟତରେ ୨ବଖରା , ମୟୂରଭଞ୍ଜ ଖୁଣ୍ଟା ଥାନା ଟିଟିଆ ପଞ୍ଚାୟତର ଯଦ୍ରୁଘେରା ଗାଁରେ ୪ ବଖରା ଘର ପୋଡ଼ି ଯାଇଛି। ସେହଭଳି, ବନ୍ଧମୁଣ୍ଡା ସି ସେକ୍ଟରରେ ଥିବା ମୋହିନୀ କ୍ଲଥ୍‌ ଷ୍ଟୋରରେ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂର୍ଣ୍ଣ ଜଳି ପୋଡି ଯାଇଛି। ଏବଂ, ରାଉରକେଲା ଷ୍ଟେସନ ରୋଡରେ ତିନିଟି ଝୁମ୍ପୁଡି ଘର ଓ ଗୋଟିଏ ହୋଟେଲ ଜଳିଯାଇଛି।

ସମ୍ବନ୍ଧିତ ଖବର