ନାବାଳିକା ହତ୍ୟାକାରୀକୁ ଆଜୀବନ ଜେଲ୍‌

ବ୍ରହ୍ମପୁର : ଜନୈକା ନାବାଳିକାଙ୍କୁ ଘରୁ ଟେକି ନେଇ ହତ୍ୟା କରିବା ମାମଲାର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଦୌରାଜଜ୍ ବିଭୁପ୍ରସାଦ ରାଉତରାୟ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗୋଳନ୍ଥରା ଥାନା ହଳଦିଆପଦର ଗ୍ରାମର ଗଣେଶ ମହାରଣା(୪୦)। ଏହା ସହିତ ୧୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଦେଇଛନ୍ତି। ଗତ ୨୦୧୪ ମେ ମାସରେ ଗଣେଶ ଜନୈକା ନାବାଳିକାଙ୍କୁ ତାଙ୍କ ଘରୁ ଜୋର ଜବରଦସ୍ତ ଟେକି ନେଇଥିଲା। ପରେ ଏକ ଘର ବାରିପଟୁ ନାବାଳିକାଙ୍କ ଶବ ଜବତ ହୋଇଥିଲା। ଗୋଳନ୍ଥରା ଥାନା ପୁଲିସ ଏହି ଘଟଣାରେ କେସ୍ ନମ୍ବର ୬୬/୧୪ରେ ହତ୍ୟା ମାମଲା ରୁଜୁ କରି ଅନୁସଂଧାନ ଆରମ୍ଭ କରିଥିଲା। ପରେ ପୁଲିସ ଅଭିଯୁକ୍ତ ଗଣେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର