ରାସ୍ତାରେ ଆଣ୍ଠେଇଲେ, ଗୋଇଠା ମାରିଲେ

ବଅଁରପାଳ : ଆଗରେ ଗାଡ଼ି କାଟି ଚାଲିଗଲେ ବୋଲି ସଜା ମିଳିଛି। ଜାତୀୟ ରାଜପଥ କଡ଼ରେ ଦୁଇ ଜଣ ଯୁବକ ଆଣ୍ଠେଇବା ସହ ଠିଆ ଗୋଇଠା ଖାଇଛନ୍ତି। କେବଳ ଠିଆ ଗୋଇଠା ନୁହେଁ, ପାଞ୍ଚଣରେ ମାଡ଼ ଖାଇଛନ୍ତି। ବଅଁରପାଳ ଥାନା କଡ଼ରେ ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। ଏହା ପରେ ମାମଲା ଥାନାକୁ ଯାଇଛି। କିନ୍ତୁ ଦଣ୍ଡ ଦେଉଥିବା ବ୍ୟକ୍ତି ପ୍ରଭାବଶାଳୀ ହୋଇଥିବାରୁ ଥାନାରେ ମାମଲା ରଫାଦଫା ହୋଇଛି।

ସମ୍ବନ୍ଧିତ ଖବର