ଡାଆଣୀ ସନ୍ଦେହରେ ପ୍ରାଣାନ୍ତକ ଆକ୍ରମଣ

ବାହାନଗା/ଖୁଣ୍ଟା : ଡାଆଣୀ ସନ୍ଦେହରେ ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୟୂରଭ˚ଜ ଜିଲ୍ଲା ଖୁଣ୍ଟା ଥାନା କିରିକିଚିଆ ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମର ବାବୁ ବେହେରାଙ୍କ ୧୪ ବର୍ଷର ପୁଅ ଦୀର୍ଘଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ। ତେବେ ଡାଆଣୀ ସାଜି ସୁଜାତା ମନ୍ତ୍ରତନ୍ତ୍ର ବଳରେ ପୁଅର ଜ୍ବର ଭଲ ହେବାକୁ ଦେଉନଥିବା ବାବୁ ସ˚ଦେହ କରିଥିଲେ। ଫଳରେ ଗତ ଶନିବାର ଦିନ ସେ ପତ୍ନୀ ଓ ଝିଅ ସହ ମିଶି ସୁଜାତାଙ୍କୁ ଆକ୍ରମଣ କରିଥିଲେ। ସୁଜାତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଏନେଇ ସେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଏହି ସମ୍ବେଦନଶୀଳ ଘଟଣାରେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ହେଲେ ଦୁଇଦିନ ପରେ ଆଜି ପୁଲିସ ଅଭିଯୁକ୍ତ ବାବୁ ବିରୋଧରେ ୧୧୫/୧୮ରେ ମାମଲା ରୁଜୁ କରିବା ସହ ଅଟକ ରଖିଥିବା ବେଳେ ସୁଜାତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି ଜୁଲାଇ ମାସରେ ଅନୁରୂପ ଭାବେ ଡାଆଣୀ ସନ୍ଦେହରେ ଖୁଣ୍ଟା ଥାନା ଭୋଳାଗଡ଼ିଆ ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର