ସଲିମ୍‌ଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ ଦେବାଶିଷ

ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପୂର୍ବତନ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ ଆଜି ପୁଣି ଏକ ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମଲ୍ଲିକ କହିଛନ୍ତି ଯେ ସଲିମ୍‌ ଖାନ୍‌ଙ୍କ ସହିତ ତାଙ୍କର ଟେଲିଫୋନ୍‌ ବାର୍ତାଳାପର ଯେଉଁ ଅଡିଓ ଟେପ୍‌ ଜାରି କରାଯାଇଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏହାର ଭଏସ୍‌ ରେକର୍ଡ ଯାଞ୍ଚ କଲେ ସବୁ ସତକଥା ସାମ୍ନାକୁ ଆସିପାରିବ। ସାଂସଦ ନିଜେ ସ୍ୱରର ନକଲ କରାଇ ଏଭଳି ଷଡ଼ଯନ୍ତ୍ର ରଚନା କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

କେବଳ ସେତିକି ନୁହେଁ, ଶ୍ରୀ ମଲ୍ଲିକ ଆହୁରି ଅଭିଯୋଗ ଆଣିଛନ୍ତି ଯେ ସଲିମ୍‌ ଖାନ୍‌ ଜଣେ ଅପରାଧୀ। ତାଙ୍କ ବିରୋଧରେ ୪ଟି ଅପରାଧିକ ମାମଲା ରହିଛି। ସେଥିରୁ ୩ଟି ମାମଲାରେ ପୁଲିସ ଏବେ ସୁଦ୍ଧା ଚାର୍ଜସିଟ୍‌ ଜାରି କରିସାରିଲାଣି। ଲୋକଙ୍କୁ ଡ଼ରାଇବା, ଧମକାଇବା ସହିତ ଏସ୍‌ସିଏସ୍‌ଟି ମାମଲା ମଧ୍ୟ ତାଙ୍କ ବିରୋଧରେ ରହିଛି। ସଲିମଙ୍କ ଠାରୁ ଦୂରେଇ ରହିବାକୁ ସାଂସଦଙ୍କୁ ସେ ବାରମ୍ବାର ବୁଝାଉଥିଲେ। ଏବେ ସେ ଇସ୍ତଫା ଦେଉ ଦେଉ ସାଂସଦ ଏହି ଅପରାଧୀଙ୍କୁ ତାଙ୍କ ବିରୋଧରେ ଲଗାଇଛନ୍ତି।

ସମ୍ବନ୍ଧିତ ଖବର