ଶ୍ରେଷ୍ଠ ସାଂସଦ ସମ୍ମାନ ଗ୍ରହଣ କଲେ ରବୀନ୍ଦ୍ର

ବାଲେଶ୍ବର : ଭାରତର ଅନ୍ୟତମ ଅଗ୍ରଣୀ ପତ୍ରିକା ‘ଫେମ୍‌ ଇଣ୍ଡିଆ’ ଓ ‘ଏସିଆ ପୋଷ୍ଟ’ ପକ୍ଷରୁ ଅନ୍‌ଲାଇନ୍‌ ସର୍ଭେ‌ରେ ଦେଶର ୨୫ ଜଣ ସାଂସଦଙ୍କ ମଧ୍ୟରୁ ‘ଶାନଦାର’ ବିଭାଗରେ ଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ‌ହୋଇଥିବା ବାଲେଶ୍ବର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଆଜି ଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଉତ୍ସବରେ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗିରିଜା ସିଂ ଓ ଫେମ୍‌ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସୋନ୍ଥାଲିଆ ପ୍ରମୁଖ ଯୋଗ ଦେଇ ଶ୍ରୀ ଜେନାଙ୍କୁ ସମ୍ମାନିତ କରିଥିଲେ। ପୂର୍ବ ବର୍ଷ ମଧ୍ୟ ଶ୍ରୀ ଜେନା ଏହି ପତ୍ରିକା ଦ୍ବାରା କରାଯାଇଥିବା ଅନ୍‌ଲାଇନ୍‌ ସର୍ଭେରେ ଶ୍ରେଷ୍ଠ ସାଂସଦ ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର