ନରହନ୍ତା ଭାଲୁର ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୁଜାଗୁଡା ଗ୍ରାମରୁ ଧରା ପଡିଥିବା ନରହନ୍ତା ଭାଲୁର ମୃତ୍ୟୁ ହୋଇଯାଇଛି। ଗତ ବୁଧବାର ଦିନ ଏହି ଭାଲୁ ଅକ୍ରମଣରେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଦଳେଇଗୁଡା ଗ୍ରାମର ପ୍ରଭୁ ଭତରାଙ୍କ ମୃତ୍ୟୁ ଘଟିଥିଲା। ସେହିଦିନ ରାତିରେ ନିଶ୍ଚେତକ ଦେଇ ବନ ବିଭାଗ କର୍ମଚାରୀ ଭାଲୁକୁ କାବୁ କରି ନବରଙ୍ଗପୁର ଅଣିଥିଲେ। ତେବେ କାବୁ କରିବା ପୂର୍ବରୁ ହିଁ ଲୋକଙ୍କ ଆକ୍ରମଣରେ ଭାଲୁ ଗୁରୁତର ଆହତ ହୋଇଥିଲା।

ସମ୍ବନ୍ଧିତ ଖବର