ଅଶ୍ବିନୀ ଝଡ଼ରେ କମ୍ପିଲା ଗୃହ : ଖଣି, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ସଂପୃକ୍ତି ଅଭିଯୋଗ, ଗର୍ଜିଲେ କଂଗ୍ରେସ ନେତା, କାଠଗଡ଼ାରେ ବିଜେଡି-ବିଜେପି

ବୈଷ୍ଣବଙ୍କ ବିରୋଧରେ ଅଭିଯୋଗର ପାହଡ଼ ଲଦିଲେ, ବାଚସ୍ପତି-ତାରା ମୁହାଁମୁହିଁ, ଗୃହ ବାରମ୍ବାର ମୁଲତବୀ

ଭୁବନେଶ୍ବର : ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବ େକନ୍ଦ୍ରୀୟ ଡେପୁଟେସନରେ ଯାଇ କିଛି ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଚିବ ଥିଲେ। ପରେ ଚାକିରି ଛାଡି ଦେଇଛନ୍ତି। ବିଆରପିଏଲ୍ କଂପାନିର ପରିଚାଳନା ନିେର୍ଦଶକ ଅଛନ୍ତି। େଯଉଁଥିରେ ଜିନ୍ଦଲ, ତ୍ରିବେଣୀ ଆର୍ଥ ମୁଭର୍ସ ଅର୍ଥାତ୍ ପ୍ରଭାକରନ୍ ଓ ଅମିତ ଶାହଙ୍କ ପୁଅ ଅଂଶୀଦାର ଅଛନ୍ତି। କେତୋଟି ଖଣି ଦୁର୍ନୀତିରେ ଏହି ଭଦ୍ର ବ୍ୟକ୍ତି ସଂପୃକ୍ତ ଅଛନ୍ତି?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଚ୍ଛାଧୀନ େକାଟା ଆବଣ୍ଟନ େକଳେଙ୍କାରୀରେ େଯଉଁ ତାରା ଦତ୍ତ କମିଟି ଗଠନ କରିଥିଲେ, ସେ ରିେପାର୍ଟରେ ବି ତାଙ୍କ ନାମ ଅଛି। ଏହି ମାମଲାର ଭିଜିଲାନସ ତଦନ୍ତ ଦିଆଯାଇଛି। ଭିଜିଲାନସ ତାଙ୍କୁ ମୁକ୍ତ କରିଛି?

ଏପରି ଜଣେ ଦୁର୍ନୀତିଗ୍ରସ୍ତ ଓ ଖଣି େବପାରୀଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କଲା, ବିଜେଡି ସମର୍ଥନ କଲା? ମୁଖ୍ୟମନ୍ତ୍ରୀ ସ୍ବଚ୍ଛତା ଓ ଶୂନ୍ୟ ସହନଶୀଳତା କଥା କହୁଛନ୍ତି।

ଏମିତି କଠୋର ବାକ୍ୟରେ ଅଭିେଯାଗର ପାହାଡ ଲଦି ଆଜି ବିଧାନସଭାରେ କଂଗ୍ରେସ ବିଧାୟକମାନେ ଉଭୟ ବିେଜଡି-ବିଜେପିକୁ କାଠଗଡାରେ ଛିଡା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ େଯ ଥରେ କି ଦୁଇଥର ନୁେହଁ, ଚାରି ଚାରି ଥର ଗୃହକୁ ମୁଲତବୀ କରାଯାଇଥିଲା। କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ। କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ମାଇକ୍ ଟଣା ଓଟରା କରିବା ସହିତ କାଗଜପତ୍ର ଫିଙ୍ଗି ଦେଇଥିଲେ ଓ ଚଷମା ଛଢାଇ େନଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ବାକ୍ ବିତଣ୍ଡା ବି େହାଇଥିଲା।

କଥା ସେତିକିରେ ଅଟକି ନଥିଲା। ବାଚସ୍ପତି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ବିବୃତି ଦେବା ଲାଗି ନିେର୍ଦଶ ଦେଉନାହାନ୍ତି େବାଲି ଦାବି କରି କଂଗ୍ରେସ ବିଧାୟକମାନେ ତାଙ୍କ ବିେରାଧରେ ପକ୍ଷପାତର ଅଭିେଯାଗ ଆଣିଥିଲେ। ତାରା େପାଡିୟମ ସାମ୍ନାରେ ଚିତ୍କାର କରିବା ସହିତ ବାଚସ୍ପତି ଛି ଛି, ଧିକ୍ ଧିକ୍, ବାଚସ୍ପତିଙ୍କ ମନମୁଖୀ ଶାସନ ଚଳିବ ନାହିଁ ଏମିତି େସ୍ଲାଗାନ େଦଇଥିଲେ। ବାଚସ୍ପତି ଓ ବିଧାୟକ ଶ୍ରୀ ବାହିନୀପତିଙ୍କ ମଧ୍ୟରେ କଥା କଟାକଟି ଗୃୃହର ପରିସ୍ଥିତିକୁ ସରଗରମ କରିଦେଇଥିଲା। େଶଷରେ କଂଗ୍ରେସ ଦଳ େନତା ଶ୍ରୀ ମିଶ୍ରଙ୍କ ହସ୍ତକ୍ଷେପ ପରେ ବାଚସ୍ପତି ଗୃହକୁ ମୁଲତବୀ କରି ଚାମ୍ବରରେ ସବୁ ଦଳ େନତାଙ୍କ ସହ ଆେଲାଚନା କରିଥିଲେ ଓ ଗୃହରେ ସ୍ବାଭାବିକ ସ୍ଥିତି େଫରିଥିଲା।

ଗୋଟିଏ ପଟେ ଏତେ ସବୁ ଘଟଣା ଘଟୁଥିବା ବେଳେ ଓ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ େଖାଲାେଖାଲି ଚ୍ୟାଲେଞ୍ଜ କରୁଥିବା ସତ୍ତ୍ବେ ବିେଜଡି ବିଧାୟକ ଆଦୌ ପ୍ରତିବାଦ ବା ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଅଶ୍ବିନୀଙ୍କ ସଂପର୍କରେ ବି କିଛି କହିନଥିଲେ। ଅନ୍ୟପଟରେ ବିଜେପି ବିଧାୟକମାନେ ବି ଅସମ୍ଭବ ନିରବତା ଅବଲମ୍ବନ କରିଥିଲେ। ଏପରିକି ଅମିତ ଶାହଙ୍କ ପୁଅ ସହିତ ଖଣି ଦୁର୍ନୀତି େଯାଡିବା, ବିଜେପି ପ୍ରାର୍ଥୀ ଶ୍ରୀ ବୈଷ୍ଣବଙ୍କ ସଂପର୍କରେ କଂଗ୍ରେସ ଆଣିଥିବା ସଙ୍ଗିନ ଅଭିେଯାଗକୁ ବିେଜପି ବିଧାୟକମାନେ ଗିଳି େଦଇଥିଲେ।

ଏଥିସହିତ ବିେଜଡି-ବିଜେପି ଭାଇ ଭାଇ ଓ ଉଭୟ ଦଳ ମଧ୍ୟରେ ଅେଘାଷିତ େମଣ୍ଟ େହାଇଥିବା ପ୍ରସଙ୍ଗରେ ଆଜି ଦ୍ବିତୀୟ ଦିନ ପାଇଁ ବିଧାନସଭାରେ କଂଗ୍ରେସ ତାର ଅଭିଯାନ ଜାରି ରଖିଥିଲା।

ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ନବୀନଙ୍କ ସମର୍ଥନ ପ୍ରସଙ୍ଗକୁ ଆଳ କରି ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ କମ୍ପିଥିଲେ। ବିେରାଧୀ ଦଳ େନତା ପଦବିକୁ ନେଇ ଚାଲିଥିବା ବିତର୍କରୁ ହଠାତ୍ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ ଉଠାଇ ବିେଜଡି-ବିଜେପି ନିବିଡତାର ଚିତ୍ର ରଖିଥିଲେ। କହିଥିଲେ, ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କଥା ହେଲେ। ଆଉ ବିେଜଡି ସଂଖ୍ୟା ଥାଇ ବି େଗାଟିଏ ଆସନ ବିେଜପିକୁ ଦାନ ଦେଲା। ପୂର୍ବରୁ ଭାରତ ଇତିହାସରେ ଏମିତି ଉଦାହରଣ ନାହିଁ େଯ ସରକାରୀ ଦଳ ହାତରେ ଆବଶ୍ୟକ ସଂଖ୍ୟା ଥାଇ ସେ ଗୋଟିଏ ଆସନ ବିପକ୍ଷ ଦଳକୁ େଦଇଦିଏ। ହଁ, ଯଦି ମେଣ୍ଟ ବା ବୁଝାମଣା ଥାଏ, ତେବେ ସହଯୋଗୀ ଦଳକୁ ସମର୍ଥନ କରିଥାନ୍ତି। ଏହି ଘଟଣା ପ୍ରମାଣ କରୁଛି େଯ ଉଭୟଙ୍କ ମଧ୍ୟରେ େମଣ୍ଟ ରହିଛି। କେନ୍ଦ୍ରମନ୍ତ୍ରୀ ମଧ୍ୟ କହିଛନ୍ତି େଯ ଏଥିରେ ଲୁପାଛପା କିଛି ନାହିଁ। ଏଭଳି ପରିସ୍ଥିତିରେ ବିେଜପି ବିେରାଧୀ ଦଳ ଆସନରେ ବସିବାର ନୈତିକ ଅଧିକାର ହରାଇଛି।

ଅଶ୍ବିନୀ ବୈଷ୍ଣବ ନାମକ ଭଦ୍ରବ୍ୟକ୍ତି ଜଣକ କିଏ? ୧୯୯୫ ପରଠାରୁ ଇଚ୍ଛାଧୀନ େକାଟା କେଳେଙ୍କାରୀ ମାମଲାରେ ତାରା ଦତ୍ତ େଯଉଁ ୧୭୯୧ ଜଣଙ୍କ ସଂପର୍କରେ ରିେପାର୍ଟ େଦଇଛନ୍ତି, ସେ ମଧ୍ୟରେ ତାଙ୍କ ନାମ ରହିଛି। ଏହି ମାମଲାର ତଦନ୍ତ ରାଜ୍ୟ ସରକାର ଭିଜିଲାନସକୁ ଦେଇଥିଲେ। ଭିଜିଲାନସ ତାଙ୍କୁ କଳଙ୍କ ମୁକ୍ତ କରିଛି କି? େଯଉଁ ଦଳ ତାଙ୍କୁ ପ୍ରାର୍ଥୀ କରିଛି, ସେମାନେ କୁହନ୍ତୁ େଯ ଶ୍ରୀ ବୈଷ୍ଣବ ଭିଜିଲାନସ କଳଙ୍କ ମୁକ୍ତ। ଏହି ଭଦ୍ର ବ୍ୟକ୍ତି ଜଣକ କେତେ ଖଣି ଦୁର୍ନୀତିରେ ସଂପୃକ୍ତ। ଶାହ କମିସନ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ନିେର୍ଦଶ ଦେଇଥିଲେ। ଏବେ ଜଣାପଡୁଛି, ଏହା ଏକ କାରଣ, େଯଉଁଥିପାଇଁ ଏନଡିଏ ସରକାର ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରାଇଲେ ନାହିଁ। ଯିଏ ଜଣେ ଓଡ଼ିଆ ନୁହେଁ, ଖଣି ଲୁଟରେ ତାଙ୍କର ସଂପୃକ୍ତ ରହିଛି, ମାଇନିଂ ମାଫିଆଙ୍କ ସହ ଅଛନ୍ତି, ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ? ମୁଖ୍ୟମନ୍ତ୍ରୀ ଏ େନଇ ଗୃହରେ ବିବୃତି ଦିଅନ୍ତୁ େବାଲି ଶ୍ରୀ ମିଶ୍ର ଦାବି କରିଥିଲେ।

ପରେ କଂଗ୍ରେସ ଦଳ ଉପନେତା ସନ୍ତୋଷ ସିଂହ ସାଲୁଜା କହିଥିଲେ, ବିଜେଡି-ବିଜେପି ମଧ୍ୟରେ ୨୦୦୦ରୁ ୨୦୦୯ ମେଣ୍ଟ ଥିଲା। ୨୦୧୦ରୁ ୨୦୧୯ ବୁଝାମଣାରେ ଥିଲେ। ଆଉ ଏବେ ସେମାନେ ପୁଣି ଅେଘାଷିତ ମେଣ୍ଟରେ ଅଛନ୍ତି। ଶ୍ରୀ ବୈଷ୍ଣବଙ୍କ ଖଣି ଲିଙ୍କ୍ ସଂପର୍କରେ ସୂଚନା େଦଇ ଶ୍ରୀ ସାଲୁଜା ଆହୁରି କହିଥିଲେ େଯ ଏମାନେ ପାଇପ େଯାଗେ ପାରାଦୀପ ଦେଇ ଖଣି ନେଇଯିବେ। ଖଣି େଚାରି କରିବେ। ହରିଆନା ଅର୍ଥମନ୍ତ୍ରୀଙ୍କ ଭାଇ, ପ୍ରଭାକରନ୍, ଅମିତ ଶାହଙ୍କ ନିଜ ପୁଅଙ୍କର ଏଥିରେ ସଂପୃକ୍ତି ରହିଛି। ସରକାର ତୁରନ୍ତ ଏ ସଂପର୍କରେ ଗୃହରେ ବିବୃତି ଦିଅନ୍ତୁ। ପରେ ଶ୍ରୀ ବାହିନୀପତି ଏ ପ୍ରସଙ୍ଗରେ ନିଜ ମତ ରଖି ପୁଣି ଥରେ ଅଶ୍ବିନୀ ବୈଷ୍ଣବ, ଖଣି ସଂପର୍କ ଓ ସରକାରଙ୍କ ସଂପୃକ୍ତି ଅଭିେଯାଗ ଆଣି ବର୍ଷିଥିଲେ।

ତଦନ୍ତ କରାଯାଉ: ଅଶ୍ବିନୀ
ଭୁବନେଶ୍ବର : ବିଧାନସଭା ବାହାରେ କଂଗ୍ରେସ ଅଭିଯୋଗର ଉତ୍ତର ରଖିଛନ୍ତି ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ଯାହା ଅଭିଯୋଗ ଆସୁଛି ତାର ତଦନ୍ତ କରାଯାଉ। ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ସତସାହସ ନଥିଲେ ତଦନ୍ତ କଥା କହିନଥାନ୍ତି। କଂଗ୍ରେସକୁ ଆକ୍ଷେପ କରି ଅଶ୍ୱିନୀ କହିଛନ୍ତି, ଅଭିଯୋଗ ଆଣିଥିବା ବ୍ୟକ୍ତି ପ୍ରମାଣ ଦିଅନ୍ତୁ। ନିର୍ବାଚନ ପକ୍ରିୟା ଶେଷ ହେବା ପରେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ।

ସମ୍ବନ୍ଧିତ ଖବର