କୋରନା ପାଇଁ ଦ୍ବନ୍ଦରେ ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ

ଭଦ୍ରକ: ସାରା ବିଶ୍ବରେ କରୋନା ଭାଇରସର ଆତଙ୍କ ଖେଳିଥିବା ବେଳେ  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାପାଳ ଜ୍ଞାନ ଦାସ ଭଦ୍ରକରେ ୧୪୪ ଧାରା ଜାରି କରିଛନ୍ତି। ଏଇ ଧାରା ‌ ଲାଗୁ ହେବା ପରେ କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ। ଧର୍ମାନୁଷ୍ଠାନ, ମଠ ମନ୍ଦିର, ମସଜିଦରେ ପ୍ରାର୍ଥନା ସଭା ହୋଇ ପାଇବ ନାହିଁ। ଏଥିପାଇଁ ମଧ୍ୟ ପ୍ରଶାସନ ବାରଣ କରିଛନ୍ତି। ଏହା ଦ୍ବାରା ଭଦ୍ରକରେ ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ହେବାକୁ ଥିବା ଐତିହାସିକ ବିଶାଳ ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବକୁ ନେଇ ଦ୍ବନ୍ଦ ଉପୁଜିଛି। ମହାଯଜ୍ଞ ମହହୋତ୍ସବ  ସଂପର୍କରେ  ଜିଲ୍ଲାପାଳଙ୍କୁ ସମ୍ବାଦିକମାନେ ପ୍ରଶ୍ନ କରିଥିବା ବେଳେ ଜିଲ୍ଲାପାଳ ଏଇ ପ୍ରସଙ୍ଗକୁ ଏଡାଇ ଯାଇଥିବା ବେଳେ ଏ ସଂପର୍କରେ ପରବର୍ତ୍ତୀ ସମୟରେ ନଷ୍ପତ୍ତି ନିଆଯିବ ବୋଲି ଗଣମାଧ୍ୟମ ଆଗ‌ରେ ପ୍ରକାଶ କରିଥିଲେ।  ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମହାଯଜ୍ଞ କମିଟି ସହ ଅପରାହ୍ନ ୫ଟାରେ  ଏକ ବୈଠକ ଅନୁଷ୍ଠିତ ହେବାର ଥିଲା। ମାତ୍ର ଏଇ ବୈଠକ ଆସନ୍ତା କାଲି ସକାଳ ୧୦ଟାରେ ଜିଲ୍ଲାପାଳଙ୍କୁ ସଭାଗୃହରେ ଅନୁଷ୍ଠିତ ହେବାର ସୂଚନା ମିଳିଛି।

ଜିଲ୍ଲାରେ କରୋନା  ମହାମାରୀ ପାଇଁ ୧୪୪ ଧାରା ଜାରି କରାଯାଇଥିବା ବେଳେ ଏଇ ଧାରା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆବଶ୍ୟକ ପଡିଲେ ଏହାକୁ ପୁଣି ଅଧିକ ଦିନ ପାଇଁ ଘୁଂଚାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ତେବେ ଏ ନେଇ  ଆଜି ସମ୍ବାଦ ପକ୍ଷରୁ  ମହାଯଜ୍ଞ କମିଟିର କର୍ମକର୍ତ୍ତାଙ୍କ  ମତାମତ ନିଆଯାଇଥିଲା। ଯଜ୍ଞ କମିଟିର ସଦସ୍ୟ କହିଛନ୍ତି ଆମେ ଯଜ୍ଞ ପାଇଁ ପ୍ରସ୍ତୁତ ରହିଛୁ। କିନ୍ତୁ ପ୍ରଶାସନ କଣ ନିଷ୍ପତ୍ତି ନେବ ତାହା ଉପରେ ଆଲୋଚନା ହେବା ପରେ ଯାହା କିଛି ଯୋଜନା କରାଯିବ ବୋଲି  ମହାଯଜ୍ଞ କମିଟି  କହିଛି। ଆସନ୍ତାକାଲି ଦିନ ୧୦ଟାରେ ହେବାକୁ ଥିବା ବୈଠକରେ ମହାଯଜ୍ଞ କମିଟି  ସହ ଜିଲ୍ଲା ପ୍ରଶାସନ କଣ ସବୁ ଆଲୋଚନା କରି ନିଷ୍ପତ୍ତି  ନେଉଛି  ତାହା ଉପରେ ସବୁ କିଛି ନିର୍ଭର କରୁଛି।  କରୋନା ଭାଇରସ୍ ଓ ୧୪୪ ଧାରା ଏବେ ଭଦ୍ରକର ଐତିହାସିକ  ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବକୁ ନେଇ ଦ୍ବନ୍ଦ‌ରେ ରଖିଛି। ହଜାର ହାଜର ରାମ ଭକ୍ତ ଓ ମହାଯଜ୍ଞ କମିଟି ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ। ଏଇ ନିକଟରେ  ଏଥିପାଇଁ ଏକ ବିଶାଳ ଗଣଦୌଡ ବି ଶେଷ ହୋଇଥିଲା। ମହାଯଜ୍ଞ ମହୋତ୍ସବ ଜିଲ୍ଲାରେ କିଭଳି ପାଳନ ହେବ ତାହ‌ାକୁ ନେଇ ଯଜ୍ଞ କମିଟି କଣ ନିଷ୍ପତ୍ତି ନେବ ତାହା  ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର