ଭଣ୍ଡବାବାଙ୍କ ନିର୍ଯାତନା: ଡିଜି ଅଫିସରେ ପୀଡ଼ିତାଙ୍କ ଧାରଣା

କଟକ : ଯାଜପୁର ପାଣିକୋଇଲିରେ ଭଣ୍ଡବାବାଙ୍କ ଦ୍ୱାରା ନିର୍ଯାତିତ ଜଣେ ମହିଳା ନ୍ୟାୟ ପାଇଁ ଶେଷରେ ପୁଲିସ୍‌ ଡିଜିଙ୍କୁ ଗୁହାରି କରିଛନ୍ତି। ଆଜି ଅପରାହ୍‌ଣରେ ପୀଡ଼ିତା ଜଣକ ପୁଲିସ୍‌ ମୁଖ୍ୟାଳୟକୁ ଆସି ଧାରଣା ଦେଇଥିଲେ। ପରେ ଡିଜିଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରିଥିଲେ। ଘଟଣା ଜାଣିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ୍‌ ଡିଜି ତଦନ୍ତକାରୀ ଅଧିକାରୀ(ଆଇଓ), ପାଣିକୋଇଲି ଥାନା ଅଧିକାରୀଙ୍କ ସମେତ ଯାଜପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ପୀଡ଼ିତା ହେଉଛିନ୍ତ ଭୁବନେଶ୍ୱର ତମାଣ୍ଡୋର ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳର କର୍ମୀ ରଞ୍ଜିତା ପ୍ରଧାନ(ଛଦ୍ମନାମ)।

ରଞ୍ଜିତାଙ୍କ କହିବା ଅନୁସାରେ, ପାରିବାରିକ ସମସ୍ୟା ନେଇ ସେ ନିଜ ୫ବର୍ଷର ପୁଅକୁ ଧରି ଗତ ଜାନୁଆରି ୨୭ତାରିଖ ଯାଜପୁର ପାଣିକୋଇଲି ଅଞ୍ଚଳର ସଂସାବାବାଙ୍କୁ ପାଖକୁ ଯାଇଥିଲେ। ବାବାଙ୍କୁ ପାଣିକୋଇଲିର ଏକ ହୋଟେଲରେ ଭେଟିଥିଲେ। ବାବାଙ୍କର ଜଣେ ମହିଳା ସହଯୋଗୀ ରଞ୍ଜିତାଙ୍କୁ ସଂଧ୍ୟା ପୂଜା ପାଇଁ ଅଟକାଇଥିଲେ। ବିଳମ୍ବ ହେବାରୁ ରଞ୍ଜିତା ସେହି ହୋଟେଲରେ ରାତିରେ ରହିଥିଲେ। ବିଳମ୍ବିତ ରାତିରେ ବାବାଙ୍କ ଦୁଇ ସହଯୋଗୀ ତାଙ୍କ କୋଠରୀରେ ପଶି ରିଭଲ୍‌ଭର ଦେଖାଇ ତାଙ୍କଠାରୁ ୪୫୦୦ଟଙ୍କା, କାନଫୁଲ, ମଙ୍ଗଳ ସୂତ୍ର ଲୁଟିଥିଲେ। ପରେ ଦୁଷ୍କର୍ମ ଉଦ୍ୟମ କରିଥିଲେ। ରଞ୍ଜିତାଙ୍କ ନଗ୍ନ ଫଟୋ ଉତ୍ତୋଳନ କରିବା ସହିତ ତାଙ୍କୁ ନିର୍ଯାତନା ଦେଇଥିଲେ। ପରେ ସେମାନେ ତାଙ୍କୁ ଓ ତାଙ୍କ ପୁଅକୁ ବରମୁଣ୍ଡା ଓଭର ବ୍ରିଜ୍‌ରେ ଛାଡି ଦେଇଥିଲେ। ଘଟଣା ସମ୍ପର୍କରେ ଫେବ୍ରୁଆରି ୨ରେ ରଞ୍ଜିତା ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନା କେସ୍‌ ଉଠାଇବାକୁ ଧମକ୍‌ ଦେବାରୁ ସେ ଭୁବନେଶ୍ୱର ଡିସିିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଡିସିପି କେସ୍‌ଟିକୁ ପାଣିକୋଇଲି ଥାନାକୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର