ଏସସିଏସଟି ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଦଳିତ ସଂଗଠନର ଭାରତ ବନ୍ଦ

ଭୁବନେଶ୍ୱର: ଅନୁସୂଚିତ ଜାତି/ଜନଜାତି (ଏସସିଏସଟି )ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ଆଣି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ବିଭିନ୍ନ ଦଳିତ ସଂଗଠନ ଓ ‘ସମ୍ବିଧାନ ବଚାଓ ସଂଘର୍ଷ କମିଟି’ ସୋମବାର ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ନେଇ ଆଜି ସକାଳୁ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କନ୍ଧମାଳ, ଖୋର୍ଦ୍ଧା, କଳାହାଣ୍ଡି ଓ ଢେଙ୍କାନାଳଠାରେ ଦଳିତ ସଙ୍ଗଠନଗୁଡ଼ତକ ପକ୍ଷରୁ ଭାରତ ବନ୍ଦ କରାଯାଇଛି।


ସମ୍ବଲପୁର ଠାରେ ଆଜି ସକାଳେ ଦଳିତ ସଙ୍ଗଠନ ପକ୍ଷରୁ ଫାଟକ ଷ୍ଟେସନ ନିକଟରେ ରେଳରୋକ କରାଯାଇଥିଲା। ଆନ୍ଦୋଳନକାରୀମାନେ ରେଳ ଧାଣଣାରେ ବସି ରହିବାରୁ ରେଳଚଳାଚଳ ବାଧାପ୍ରାପ୍ତ ହୋଇଛି।
ସେହପରି ଅନୁଗୁଳ ଠାରେ ଆନ୍ଦୋଳନକାରୀମାନେ ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବାରାଧ କରିଛନ୍ତି। ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହଛି।


ଏତଦ୍‌ବ୍ୟତୀତ ଖୋର୍ଦ୍ଧାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳିତ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇତଇଲା। ଆନ୍ଦୋଳନକାରୀମାନେ ଶୋଭାଯାତ୍ରା କରି ଭାରତ ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରିଥିଲେ ଦଳିତ ସଙ୍ଗଠନର ଆନ୍ଦୋଳନ ଯୋଗୁଁ ଖୋର୍ଦ୍ଧା ବସଷ୍ଟାଣ୍ଡକୁ କୌଣସି ବସ ଚଳାଚଳ କରି ନ ଥିଳା।


କଳାହାଣ୍ଡି ଓ ଦେବଗଡ଼ରେ ମଧ୍ୟ ଆଜି ଭାରତ ବନ୍ଦ ପାଳନ କରାଯାଉଛି। ଦଳିତ ସଙ୍ଗଠନ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହିତ ଅନୁସୂଚିତ ଜାତି/ଜନଜାତି ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ଆଣି ସୁପ୍ରିମକୋର୍ଟ ଦେଇଥିବା ରାୟର ପୁର୍ନବିଚାର ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର