ବହୁଭାଷୀ ଭାଷା ଶିକ୍ଷା ସହାୟକ ସଂଘର ଧାରଣା : ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ

ଭୁବନେଶ୍ବର : କନିଷ୍ଠ ଶିକ୍ଷକ ମାନ୍ୟତା ଦାବିରେ ଗତ ୧୮ ଦିନ ହେବ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିବା ଓଡ଼ିଶା ରାଜ୍ୟ ବହୁଭାଷୀ ଭାଷା ଶିକ୍ଷା ସହାୟକ ସଂଘ ଅସନ୍ତୋଷ ପ୍ରକାଶ କରିଛି। ସଂଘର କାର୍ମକର୍ତ୍ତାମାନେ ଧାରଣାରେ ବସି ଥିଲେ ମଧ୍ୟ କୌଣସି ସରାକରୀ ଅଧିକାରୀ ତାଙ୍କୁ ଭେଟି ନାହାନ୍ତି କି ଦାବି ଉପରେ ଆଲୋଚନା କରି ନାହାନ୍ତି। ଦାବି ପୂରଣ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ସଂଘ ଚେତାବନୀ ଦେଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଗତ ୨୦୧୩-୧୪ ମସିହାରୁ ବହୁଭାଷୀ ଶିକ୍ଷା ସହାୟକମାନେ ନିଯୁକ୍ତି ପାଇଛନ୍ତି। ତେବେ ନିୟମ ଅନୁଯାୟୀ ନିଯୁକ୍ତି ପାଇବାର ୩ବର୍ଷ ମଧ୍ୟରେ କନିଷ୍ଠ ଶିକ୍ଷକ ମାନ୍ୟତା ଦିଆଯିବା କଥା। ନିଯୁକ୍ତି ପାଇଥିବା ୧୭ଟି ଜିଲ୍ଲାର କର୍ମଚାରୀଙ୍କ ମଧ୍ୟରୁ ୭ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ବହୁଭାଷୀ ଶିକ୍ଷା ସହାୟକମାନେ କନିଷ୍ଠ ଶିକ୍ଷକ ମାନ୍ୟତା ପାଇ ସାରିଛନ୍ତି। ଇତି ମଧ୍ୟରେ ନିଯୁକ୍ତି ପାଇବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଉ ୧୦ଟି ଜିଲ୍ଲାର ବହୁଭାଷୀ ଶିକ୍ଷା ସହାୟକମାନେ କନିଷ୍ଠ ଶିକ୍ଷକ ମାନ୍ୟତା ପାଇପାରି ନାହାନ୍ତି। ଏନେଇ ବିଭାଗୀୟ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟି ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ତେବେ ସେମାନଙ୍କ ପ୍ରତି କାହିଁକି ଅଣଦେଖା କରାଯାଉଛି ବୋଲି ସଂଘ ପ୍ରଶ୍ନ କରିଛ? ଖୁବ୍‌ଶୀଘ୍ର ଦାବି ଉପରେ ବିଚାର କାରାଯାଇ ପଦକ୍ଷେପ ନିଆ ନଗଲେ,ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ ସଭାପତି ମଙ୍ଗରାଜ ଓରାମ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର