୧୬ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ମହାନଦୀ ସୁରକ୍ଷା ଅଭିଯାନ

ଭୁବନେଶ୍ୱର: ମହାନଦୀର ମହାସଂକଟକୁ ଟାଳିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଅଭିଯାନ ବିଜେଡ଼ି ଆରମ୍ଭ କରିବ । ଏନେଇ ବିଜୁ ଜନତା ଦଳ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିଛି ବୋଲି ପ୍ରେସମିଟରେ ବିଜେଡ଼ି ସୂଚନା ଦେଇଛି । ଚଳିତ ମାସ ୧୬ ତାରିଖରେ ଏହି ଜାଗରଣ ଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀର ପ୍ରବେଶ ସ୍ଥାନ ବରଗଡ଼ ଓ ଝାରସୁଗୁଡାରୁ ଏହି ଜାଗରଣ ଯାତ୍ରା ଆରମ୍ଭ କରାଯିବ । ମହାନଦୀର ଅବବାହିକାରେ ଥିବା ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀର ବ୍ଲକର ପାଖାପାଖି ୧୫୦୦କିଲୋମିଟର ପରିକ୍ରମା କରିବା ପରେ ପରାଦ୍ୱୀପରେ ଏହି ଯାତ୍ରା ଶେଷ ହେବ ।

ଏହି କାର୍ଯ୍ୟକ୍ରମ ସମୟରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡିକର ଲୋକମାନଙ୍କୁ ମହାନଦୀ ସଂକଟର ପ୍ରକୃତ ଚିତ୍ର ଉପସ୍ଥାପନ କରାଯିବ । ଏହାଛଡ଼ା ମହାନଦୀକୁ ବିଲୀନ କରିବାକୁ ଯେଉଁ ଷଡ଼ଯନ୍ତ୍ର କରାଯାଉଛି ସେନେଇ ଲୋକଙ୍କୁ ଅବଗତ କରାଯିବ । ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ଯାତ୍ରାରେ ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୃଦ୍ଧିଜୀବୀ ଓ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ସାମିଲ କରାଯିବା ନେଇ ବିଜେଡ଼ି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର