ବିଜେପିରେ ଯୋଗଦେଲେ ଅନୁଗୁଳ ଓ ଜଗତସିଂହପୁର ଜିଲ୍ଲାର ବହୁ ବିଜେଡି କର୍ମୀ
ଭୁବନେଶ୍ବର : ଅନୁଗୁଳ ଜିଲ୍ଲା ବିଜେଡି ଉପସଭାପତି ଛବି ମୋହନ ସାହୁଙ୍କ ସମେତ ବିଜେଡି ଲିଗାଲ ସେଲ ସଦସ୍ୟ ଆଇନଜୀବୀ ହେମନ୍ତ ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ନେତା ଗିରିଧର ଗମାଙ୍ଗ ଏହିସବୁ କର୍ମୀଙ୍କୁ ଦଳରେ ସାମିଲ କରି ନୂତନ ସଦସ୍ୟଙ୍କୁ ଟୋପି ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ବିଜେଡି କେନ୍ଦୁଝର ଜିଲ୍ଲା ପୂର୍ବତନ ଉପସଭାପତି ଅଜୟ କୁମାର ସାହୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ପୂର୍ବତନ କଂଗ୍ରେସ ସଭାପତି ଗଗନ ଚନ୍ଦ୍ର ଦାଶ, କୃଷ୍ଣ ଚନ୍ଦ୍ର ଜେନା, ସୁରେନ୍ଦ୍ର ବେହେରା, ବସନ୍ତ କୁମାର ଦାସ, ପ୍ରଦୀପ ବିହାରୀଙ୍କ ସମେତ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ।
ଏହି ମିଶ୍ରଣ ପର୍ବରେ ବିଜେପି ଉପସଭାପତି ସମୀର ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ସାଂସଦ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ, ରାଜେନ୍ଦ୍ର ପଣ୍ଡା, ଶ୍ରୀତମ ଦାଶ, ଯଯାତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।