୮ ରକ୍ତଭଣ୍ଡାରରେ ପ୍ରସ୍ତୁତ ହେବ ରକ୍ତ କମ୍ପୋନେଣ୍ଟ୍‌

ଭୁବନେଶ୍ୱର : ରାଜ୍ୟର ୮ଟି ରକ୍ତଭଣ୍ଡାରରେ ରକ୍ତ କମ୍ପୋନେଣ୍ଟ ପ୍ରସ୍ତୁତ କରାଯିବ। ରାଜ୍ୟ ରକ୍ତ ସଞ୍ଚାରଣ ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରିପଦା, ବାଲେଶ୍ୱର, କେନ୍ଦୁଝର, ବଲାଙ୍ଗୀର, ବରଗଡ଼, ଆଇଜିଏଚ୍‌ ରାଉରକେଲା ଓ କୋରାପୁଟରେ ଥିବା ରକ୍ତଭଣ୍ଡାରରେ ଏହା ପ୍ରସ୍ତୁତ ହେବ। ଡେଙ୍ଗୁ, କର୍କଟ, ଜଳାପୋଡ଼ା, ଥାଲାସିମିଆ ଓ ସିକିଲସେଲ ରୋଗୀମାନଙ୍କ ପାଇଁ ଏହା ସହାୟକ ହେବ। ଯାହାଫଳରେ ସେହି ଅଞ୍ଚଳର ଲୋକମାନଙ୍କୁ ଅନ୍ୟତ୍ର ଆସିବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର