କୋଲାବରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ମିଳୁନି

କୋରାପୁଟ : କୋଲାବ ଜଳଭଣ୍ଡାରରେ ବୁଡି ନିଖୋଜ ଥିବା ଦାଦା-ପୁତୁରାଙ୍କ କୌଣସି ଖୋଦ୍‌ ଖବର ମିଳୁନି। ଆଜି ଓଡ୍ରାଫ ଓ ପୁଲିସ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କ ସଂପର୍କରେ କିଛି ସୂଚନା ମିଳି ପାରୁନି। କୋରାପୁଟ ବ୍ଲକ ବଡ କେରେଙ୍ଗା ପଞ୍ଚାୟତ ପୁଲସା ଗ୍ରାମର ମୁକୁନ୍ଦ ଖରା(୪୦) ଓ ତାଙ୍କ ପୁତୁରା ଧନୁର୍ଜୟ ଖରା(୧୯) ଏକ ଦେଶୀ ଡଙ୍ଗାରେ କୋଲାବ ଜଳଭଣ୍ଡାରର ଅପରପାର୍ଶ୍ୱରେ ଥିବା ଡଙ୍ଗରରୁ ମାଣ୍ଡିଆ ଧରି ଶୁକ୍ରବାର ଅପରାହ୍ନରେ ଘରକୁ ଫେରୁଥିଲେ। ଏହି ସମୟରେ ପବନ ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲେ। ଡଙ୍ଗାରେ ଥିବା ଦାଦା-ପୁତୁରା ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର