ସିଆର୍‌ପିଏଫ୍‌ ଫାୟରିଂ ରେଞ୍ଜରେ ବୋମା!

ରାୟଗଡ଼ା : ରାୟଗଡ଼ା ଉପକଣ୍ଠ ବାରିଝୋଲା ନିକଟସ୍ଥ ସିଆରପିଏଫ ଫାୟରିଂ ରେଞ୍ଜରେ ଗତକାଲି ଲ୍ୟାଣ୍ଡମାଇନ ଠାବ କରାଯାଇଥିଲା। ଖବର ପାଇ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତାହାକୁ ଅଚଳ କରିଥିବା ସୂଚନା ମିଳିଛି। ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଏହି କାମ କରିଥିଲେ। ତେବେ ଯବାନଙ୍କ ସତର୍କତା ଯୋଗୁଁ ନକ୍ସଲଙ୍କ ଉଦ୍ୟମ ପଣ୍ଡ ହୋଇଥିବା ଡେପୁଟି କମାଣ୍ଡାଣ୍ଟ ମିତୁ ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତକାଲି ସକାଳ ସାଢେ ୭ଟାରେ ବାରିଝୋଲା ନିକଟ ଫାୟରିଂ ରେଞ୍ଜକୁ ଯବାନମାନେ ଅଭ୍ୟାସ ପାଇଁ ଯାଉଥିଲେ। ତେବେ ରାସ୍ତାରେ ତାର ଦେଖି ସନ୍ଦେହ ହୋଇଥିଲା। ତେଣୁ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସନ୍ଧାନୀ କୁକୁର ଓ ବୋମ ସ୍କ୍ଵାଡ ଘଟଣାସ୍ଥଳକୁ ଅଣାଯାଇ ଛାନ୍‌ଭିନ୍‌ କରିବାରୁ ଲ୍ୟାଣ୍ଡମାଇନ୍‌ ଠାବ ହୋଇଥିଲା। ଏହାକୁ ଅପରାହ୍ନ ପ୍ରାୟ ସାଢେ ୨ଟା ବେଳେ ନିଷ୍କ୍ରିୟ କରିବାରେ ଯବାନମାନେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର