ବ୍ୟାସକବିଙ୍କ ୧୭୫ତମ ଜୟନ୍ତୀ ପାଳିତ ହେବ ୧୪ରେ

ଭୁବନେଶ୍ୱର : ଆସନ୍ତା ୧୪ ତାରିଖରେ ବ୍ୟାସକବି ତଥା କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ଜନ୍ମର ୧୭୫ତମ ବର୍ଷ ଏବଂ ଶ୍ରାଦ୍ଧର ଏକ ଶତବର୍ଷ ପୂର୍ତି ପାଳନ ସରକାରୀ ସ୍ତରରେ ଜୋରଦାର ପାଳନ କରାଯିବ। ଆଜି ଏ ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସୂତ୍ରରୁ ଜଣାଯାଇଛି। ଆସନ୍ତା ୧୪ ତାରିଖରେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ ଏବଂ ବ୍ୟାସକବି ଫକୀରମୋହନ ସ୍ମୃତି ସଂସଦ ତରଫରୁ ଜୟଦେବ ଭବନରେ ଦିନତମାମ କାର୍ଯ୍ୟକ୍ରମ ପାଳିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏହି ପବିତ୍ର ଦିବସରେ ରାଜ୍ୟ ସଂଗ୍ରହାଳୟ, ବିଧାନସଭା ଏବଂ ସଚିବାଳୟ ମାର୍ଗରେ ଅବସ୍ଥିତ ସରକାରୀ କୋଠାବାଡ଼ିଗୁଡ଼ିକାର ଆଲୋକୀକରଣ ପାଇଁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର