କ୍ୟାବିନେଟ୍‌ ବୈଠକ: ଖରିଫ ଧାନ କିଣା ଲକ୍ଷ୍ୟ ଧାର୍ଯ୍ୟ; ୫୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣାଯିବ

ଭୁବନେଶ୍ୱର: ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ମଞ୍ଜୁରି ମିଳିଛି। କ୍ୟାବିନେଟ ଆଜି କୃଷି ବିଭାଗର କ୍ୟାର୍ଡର ପୁର୍ନଗଠନ ପ୍ରସ୍ତାବକୁ ମଞ୍ଜୁୁରି ଦେଇଥିବା ବେଳେ ଆଗାମୀ ଖରିଫ ଋତୁ ପାଇଁ ଧାନ କିଣା ଧାର୍ଯ୍ୟ ଲକ୍ଷ୍ୟକୁ ମଧ୍ୟ ମଞ୍ଜୁରି ଦେଇଛି। ଖରିଫ ଋତୁରେ ୫୫ ଲକ୍ଷ ମେଟିନ୍‌ ଟନ୍‌ ଧାନ କିଣିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛି କ୍ୟାବିନେଟ୍‌।
କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତି ଅନୁଯାୟୀ,  ଲ୍ୟାମ୍ପସ ଓ ପାକ୍ସ ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣାଯିବ। ଚାଷୀ ଧାନ ବିକ୍ରି କରିବାର ୨୪ରୁ ୭୨ ଘଣ୍ଟା ମଧ୍ୟରେ  ପ୍ରାପ୍ୟ ପାଇବେ। ଏହି ଧାନ ବିକ୍ରି ଜନିତ ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ସେହିପରି ଚଳିତ ବର୍ଷ ସଂଗୃହୀତ ଧାନରୁ ଯେଉଁ ୩୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ହେବ, ସେଥିରୁ ୨୩ ଳକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ରଖାଯାଇ ବଳକା ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଏଫସିଆାଇକୁ ଯୋଗାଇ ଦିଆଯିବ।

ସେହିପରି କ୍ୟାବିନେଟ ଆଜି ଆମ ଗାଁ ଆମ ବିକାଶ ଗାଇଡଲାଇନ୍ସକୁ ମଞ୍ଜୁରି ଦେଇଛି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୧୨୫୦ କୋଟି ଟଙ୍କାର ବ୍ୟସ୍ଥା କରାଯାଇଛି। ଆମ ଗାଁ ଆମ ବିକାଶ ମାଧ୍ୟମରେ ୧ ଲକ୍ଷରୁ ୧୦ ଲକ୍ଷ ଯାଏ ପ୍ରକଳ୍ପ କାର୍ଯ୍ୟ କରାଯିବ। ଏଥିରେ କୌଣସି ଠିକାଦାରଙ୍କୁ ନିଯୁକ୍ତି ଦିଆଯିବ ନାହିଁ ବୋଲି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର