ପୁରୀରେ ‘ଜାଗା ମିଶନ ’କାର୍ଯ୍ୟକ୍ରମରେ ଭୂମିହୀନଙ୍କୁ ଜମିପଟ୍ଟା ବାଣ୍ଟିିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ/ବାଲେଶ୍ୱର/କେନ୍ଦ୍ରାପଡ଼ା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୮ଟି ଜିଲାାର ଭୂମିହୀନ ମାନଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ ପାଇଁ ‘ଜାଗା ମିସନ’ର ଶୁଭାରମ୍ଭ କରିଛନ୍ତି। ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜାଗା ମିଶନ ଆରମ୍ଭ କରିଛନ୍ତି। ବିଶ୍ୱର ଏହି ସର୍ବବୃହତ ଯୋଜନାରେ ରାଜ୍ୟର ପୌରାଞ୍ଚଳ ଓ ଏଏନସିରେ ବସବାସ କରୁଥିବା ୧୮ ଳକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ।

ବସ୍ତିବାସିନ୍ଦାମାନେ ବାସୋପଯୋଗୀ ଜାଗା ପାଇବା ସହିତ ଯୋଗ୍ୟ ହୀତାଧିକାରୀମାନେ ଆବାସ ଯୋଜପନାରେ ଘର, ପାଇପ ଜଳ, ରାସ୍ତା, ଏଲଇଡି ଲାଇଟ୍‌, ପାଇଖାନା ଓ ଅନ୍ୟନ୍ୟା ସୁବିଧା ପାଇବେ।


ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା ସମେତ ରାଜ୍ୟର ୮ଟି ଜିଲ୍ଲାରେ ଏହି ଜାଗା ମିଶନର ଶୁଭାରମ୍ଭ କାଳରେ ଆଜି ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲାରେ ସର୍ବାଧିକ ୬ହଜାର ୫ଶହ ଜଣଙ୍କୁ ଏହି ପଟ୍ଟା ପ୍ରଦାନ କରଯିବ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଜାଗା ମିଶନ ଆରମ୍ଭ ହୋଇଛି। ଜଲ୍ଲାର ୫୯୪ ଜଣ ହୀତାଧିକାରୀଙ୍କ ମଧ୍ୟରୁ ଆଜି ୧୮୭ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର