ଚାନ୍ଦବାଲି : ଚାନ୍ଦବାଲିର ମତୋ ବଜାରଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଭୁଲ୍ ଇଞ୍ଜେକ୍ସନ୍ ଦେବାରୁ ଜଣେ ଶିଶୁର ମୃତ୍ୟୁ ହୋଇଛି। ଏହି ଅଭିଯୋଗ ସହିତ ଉତ୍ତ୍ୟକ୍ତ ଲୋକମାନେ ଶବ ରଖି ରାସ୍ତାରୋକ କରିଥିଲେ। ଏହାକୁ ନେଇ କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଶିଶୁ ହେଉଛନ୍ତି ଜଳେଶ୍ବରପୁର ପ˚ଚାୟତ ନୂଆଗାଁ ବଇଦ ପୋଖରୀ ଗାଁର ସୁରେଶ ମହାଳିକଙ୍କ ୯ବର୍ଷର ପୁତ୍ର ଚୁଇଁଆ ମହାଳିକ(୯)। ସେ ମାମୁଘର ମତୋ ମାଳବାଡ଼ ଗାଁକୁ ଆସିଥିଲେ। ଆଜି ଅପରାହ୍ନରେ ସାମନ୍ୟ ଜ୍ବର େହବାରୁ ମତୋ ବଜାରରେ ଥିବା ଫାର୍ମାସିଷ୍ଟଙ୍କ ନିକଟକୁ ଆଣିଥିଲେ। ଫାର୍ମାସିଷ୍ଟ ଜଣଙ୍କ ତାଙ୍କ ନିକଟରେ ଥିବା ଏକ ଇ˚ଜେକ୍ସନ ଦେବାରୁ ଶିଶୁପୁତ୍ର ବୋହୋସ ହୋଇ ତଳେ ପଡ଼ିଯାଇ ଛଟଛଟ ହୋଇଥିଲା। ସ˚ଗେସ˚ଗେ ପରିବାର ଲୋକେ ତାଙ୍କୁ ଚାନ୍ଦବାଲି ମେଡିକାଲକୁ ନେଇ ଯାଉଥିବା ବାଟରେ ତା’ର ମୃତ୍ୟୁ ହୋଇଯାଇଥିଲା। ତେବେ ଶିଶୁଟିର ମୃତ୍ୟୁ ହୋଇଥିବା ଜାଣିବା ପରେ ଫାର୍ମାସିଷ୍ଟ ଜଣକ କ୍ଲିନିକ୍ ବନ୍ଦ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି।