ବିକାଶ କାମରେ ଯୁବଶକ୍ତି ସାମିଲ ହୁଅନ୍ତୁ: ନବୀନ

ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ

ରାଉରକେଲା/ସୁନ୍ଦରଗଡ଼: ଓଡ଼ିଶାର ଆଦିବାସୀ ଆଜିର ଦିନରେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି। ସେମାନେ ଆଗକୁ ମଧ୍ୟ ଏହି କାମ ଜାରି ରଖନ୍ତୁ। ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରାକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସୁନ୍ଦରଗଡ଼ ଓ ରାଉରକେଲାକୁ ଦିନିକିଆ ଗସ୍ତ କରି ନବୀନ କହିଛନ୍ତି, ବିକାଶ କାମରେ ଯୁବ ଶକ୍ତି ସାହାଯ୍ୟ କରନ୍ତୁ। ନବୀନ ସୁନ୍ଦରଗଡ଼ର କୁଟରା ବ୍ଲକରେ କ୍ୟାଥଲିକ ବୋର୍ଡ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କର ଗସ୍ତ କାଳରେ ସେ ୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ ୨ଟି ଷ୍ଟାଡିୟମ ଓ ଗୋଟିଏ ଆଇଟିଆଇ ସ୍କୁଲ ସାମିଲ ରହିଛି। ଏହି ୩ଟି ପ୍ରକଳ୍ପ ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

ରାଉରକେଲାର ଭଞ୍ଜଭବନ ଓ ସିଭିକ ସେଣ୍ଟରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନବୀନ ଅଂଶଗ୍ରହଣ କରିଥିଲେ। ଏଠାରେ ନବୀନ ପାନୀୟ ଜଳର ଶିଳାନ୍ୟାସ କରିଛନ୍ତି। ସେହିପର ୨କୋଟି ୪୩ ଲକ୍ଷ ବିନିଯୋଗରେ ନିର୍ମିତ ଇ-ଲାଇବ୍ରେରୀ ଓ ସଭାଗୃହକୁ ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧିତ ଖବର