ପୁରୀରେ ଜାତୀୟ ଡାକ କର୍ମଚାରୀ ସଂଘ ସମ୍ମିଳନୀ

ପୁରୀ : ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଗତ ଦୁଇ ଦିନ ଧରି ଜାତୀୟ ଡାକ କର୍ମଚାରୀ ସଂଘର ଦଶମ ଦ୍ଵିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାକ ବିଭାଗ ବିତ୍ତ ବିଭାଗ ଓଡ଼ିଶାର ନିର୍ଦ୍ଦେଶକ ସ୍ମୃତିରଞ୍ଜନ ସ୍ୱାଇଁ ଯୋଗ ଦେଭଇଥିବାବେଳେ ସମ୍ମାନିତ ଅତିଥି ଭାବେ କଟକ ସହରାଞ୍ଚର ମଣ୍ଡଳ ବରିଷ୍ଠ ଅଧୀକ୍ଷକ ଆଦିତ୍ୟ ନାୟକ, ପୁରୀ ବରିଷ୍ଠ ଡାକ ଅଧୀକ୍ଷକ ସଞ୍ଜୟ ମହାପାତ୍ର, ଓଡ଼ିଶା ଜାତୀୟ ଡାକ କର୍ମଚାରୀ ସଂଘର ଯୁଗ୍ମ ସମ୍ପାଦକ ଅନ୍ଵଳ ଚୌଧୁରୀ, ଓଡ଼ିଶା ପୋଷ୍ଟମ୍ୟାନ ସଂଘର ସମ୍ପାଦକ ଲମ୍ବୋଧର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ।

ସଂଘ ପକ୍ଷରୁ ଏହି ଅବସରରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ଆସନ୍ତା ୨ ବର୍ଷରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଗ୍ରୁପ୍‌ ସି କ୍ୟାଡର୍‌ର ସଭାପତି ଭାବେ ଗୋବିନ୍ଦ ଚନ୍ଦ୍ର ପ୍ରତିହାରୀଙ୍କୁ ମନୋନୀତ କରାଯାଇଥିଲା। ସମ୍ପାଦକ ଭାବେ ସରୋଜକାନ୍ତୀ ଦେ, ପୋଷ୍ଟମ୍ୟାନ ସଂଘର ସଭାପତି ଭାବେ ଜଗବନ୍ଧୁ ଶତପଥୀ, ସମ୍ପାଦକ ଭାବେ ଚିନ୍ତାମଣୀ ସାହୁ ଏବଂ କର୍ମକର୍ତ୍ତା ଗଙ୍ଗାଧର ସାହୁ, ଭବାନୀ ପ୍ରସାଦ ମିଶ୍ର, ରମେଶ ଚନ୍ଦ୍ର ମହାପାତ୍ର, ରଞ୍ଜିତ ମିଶ୍ର, ଅବିନାଶ ମହାପାତ୍ର ଏବଂ ସତ୍ୟଜିତ ଭୁଜବଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର