ଦୁର୍ଦ୍ଦାନ୍ତ ତପନର ମୁଣ୍ତ ଗଡ଼ିଲା : ଛୁରୀ ଭୁସି ହତ୍ୟା କଲା ସହଯୋଗୀ, ମୁଖ୍ୟ ଅଭିଯୁକ୍ତ ହାପି ସମେତ ୫ ଫେରାର

ଧରିବା ପାଇଁ ଜଗତସି˚ହପୁର, ପୁରୀ ଗଲା ପୁଲିସ ଟିମ୍‌

କଟକ : ଯୋବ୍ରା ବ୍ୟାରେଜ୍‌ରେ ମାଛ ମାରିବାକୁ କେନ୍ଦ୍ର କରି ନଦୀକୂଳ ସାହିର ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକର ମୁଣ୍ତ ଗଡ଼ିଛି। ତପନକୁ ଅନ୍ୟ ଜଣେ ପେସାଦାର ଅପରାଧୀ ହାପି ଓରଫ ବିଶ୍ବଜିତ ମହାନ୍ତି ଛୁରି ଭୁଷି ହତ୍ୟା କରିଛି। ଗତକାଲିଠାରୁ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ତପନର ଆଜି ମୃତ୍ୟୁ ହୋଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ହାପି ସମେତ ଚାରି ଜଣଙ୍କୁ ଗିରଫ କରିବାକୁ ତିନିଟି ସ୍ବତନ୍ତ୍ର ଟିମ୍‌ ଜିଲ୍ଲା ବାହାରକୁ ଯାଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ମାଲ୍‌ଗୋଦାମ ଥାନା ନଦୀ କୂଳସାହିର ହାପି ଓରଫ ବିଶ୍ବଜିତ ମହାନ୍ତି(୧୯) ଏବ˚ ତପନ ନାୟକ(୩୨) ଯୋବ୍ରା ବ୍ୟାରେଜ୍‌ ଗେଟ୍‌ରେ ଜାଲ ବସାଇ ମାଛ ମାରନ୍ତି। ଗତ କିଛି ଦିନ ହେବ ମାଛ ମାରିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ଏହି ଘଟଣାକୁ କେନ୍ଦ୍ର କରି ହାପି ଅନ୍ୟ ୪ ସହଯୋଗୀଙ୍କ ସହିତ ତପନ ଘରକୁ ରାତି ପ୍ରାୟ ୮ଟା ୩୦ ବେଳେ ଯାଇଥିଲା। ସେଠାରେ ମାଛ ମରାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପୁଣି ପାଟିତୁଣ୍ତ ହୋଇଥିଲା। ଏହି ସମୟରେ ହାପି ଏକ ଧାରୁଆ ଛୁରୀରେ ତପନଙ୍କ ପେଟରେ ଭୁସି ଦେଇଥିଲା। ସେଠାରେ ଉପସ୍ଥିତ ଥିବା ତପନର ସହଯୋଗୀ ସିଲୁ ବେହେରା ମଧ୍ୟ ବର୍ତ୍ତି ନଥିଲେ। ସେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲା। ଉଭୟଙ୍କୁ ମାଲ୍‌ଗୋଦାମ ଥାନା ପୁଲିସ ଗୁରୁତର ଅବସ୍ଥାରେ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ଆଜି ତପନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ମାଲ୍‌ଗୋଦାମ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ତପନର ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କ ହସ୍ତାନ୍ତର କରିଥିଲା।

ଅନ୍ୟପକ୍ଷରେ ତିନି ଜଣ ଇନ୍‌ସ୍ପେକ୍ଟରଙ୍କୁ ନେଇ ୩ଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ କଟକର ସମସ୍ତ ସାହି ବସ୍ତିରେ ଚଢ଼ଉ କରିବାକୁ ଯୋଜନା ଥିବା ବେଳେ ଅନ୍ୟ ଦୁଇଟି ଟିମ୍‌ ଜଗତସି˚ହପୁର ଏବ˚ ପୁରୀ ଯାଇଛି। ହାପିର କିଛି ସମ୍ପର୍କୀୟ ଜଗତସ˚ହପୁରରେ ଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କିୟ ପୁରୀ ଜିଲ୍ଲାରେ ଥିବା ପୁଲିସ ସୁରାକ ପାଇଛି। ସେହି ଆଧାରରେ ପୁଲିସ ଟିମ୍‌ ଜିଲ୍ଲା ବାହାରକୁ ଯାଇଛି। ଆସନ୍ତାକାଲି ଏ ସମ୍ପର୍କରେ ପର୍ଦ୍ଦାଫାସ କରାଯିବ ବୋଲି ଏଡିସିପି ତ୍ରିନାଥ ପଟେଲ ସୂଚନା ଦେଇଛନ୍ତି।

ମାଲ୍‌ଗୋଦାମ ଥାନା ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ହତ୍ୟାକାଣ୍ତ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ହାପି ନୂଆ ନୂଆ ଅପରାଧ ଦୁନିଆରେ ପାଦ ଦେଇଥିବା ବେଳେ ଚଳିତ ବର୍ଷ ମାଲଗୋଦାମ ଥାନାରେ ତା’ ନାଁରେ ମୋଟ ୩ଟି ଅପରାଧିକ ମାମଲା ରୁଜୁ ହୋଇଛି। ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ପୁଲିସ ତାକୁ ପେସାଦାର ଅପରାଧୀ ଦର୍ଶାଇ ସିଆର‌୍‌ପିସିର ଧାରା ୧୧୦ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜେଲ୍‌ରୁ ଫେରିବା ପରେ ହାପି ପୁଣି ମାଛ ବ୍ୟବସାୟ ଚଳାଇଥିଲା।

ସେହିପରି ମୃତ ତପନର ଅପରାଧ ରେକର୍ଡ ମଧ୍ୟ ବହୁତ ଲମ୍ବା। ତପନ ବିରୋଧରେ ମୋଟ ୧୪ଟି ସ˚ଗୀନ ମାମଲା କମିସନରେଟ୍‌ ପୁଲିସରେ ରହିଛି। ଥରେ ତପନ ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଥିଲା। ଜେଲ୍‌ ହାଜତରେ ଥିବା ତପନ ନିକଟରେ ଜେଲ୍‌ରୁ ଫେରିବା ପରେ ଉଭୟ ହାପି ସହିତ ମାଛ ମରାକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା। କିନ୍ତୁ ଏ ସମ୍ପର୍କରେ ସେମାନଙ୍କ ପକ୍ଷରୁ ମାଲ୍‌ଗୋଦାମ ଥାନାରେ ଏତଲା ଦିଆଯାଇନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର