ସଂସ୍କୃତି ମନ୍ତ୍ରାଳୟର ଫେଲୋସିପ୍‌ : ଓଡ଼ିଶାରୁ ୬୫ଜଣ ମନୋନୀତ

ଭୁବନେଶ୍ୱର : କଳା, ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ୨୦୧୬-୧୭ ଓ ୨୦୧୭-୧୮ ବର୍ଷ ନିମନ୍ତେ ଓଡ଼ିଶାରୁ ୬୫ ଜଣ ଫେଲୋସିପ୍‌ ପାଇବାକୁ ମନୋନୀତ ହୋଇଛନ୍ତି। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗରେ ନାମ ଘୋଷଣା କରାଯାଇଛି। ଏନେଇ ସେଣ୍ଟର ଫର୍‌ କଲ୍‌ଚରାଲ୍‌ ରିସୋର୍ସ ଆଣ୍ଡ୍‌ ଟ୍ରେନିଙ୍ଗ୍‌ ସେଣ୍ଟର ପକ୍ଷରୁ ସମସ୍ତ କୃତୀ ପ୍ରତିଭାଙ୍କୁ ଚିଠି କରାଯାଇଛି।

୨୦୧୬-୧୭ ବର୍ଷ ପାଇଁ ବରିଷ୍ଠ ବର୍ଗରେ ମୟୂରଭଂଜର ଦୁଷ୍ମନ୍ତ କୁମାର ବାସା (ଛଉ ନୃତ୍ୟ), ସୃଷ୍ଟିଧର ମହାନ୍ତ (ଛଉ ସଂଗୀତ), କଟକର ସୁଜ୍ଞାନୀ ମହାପାତ୍ର (ଓଡ଼ିଶୀ), କେନ୍ଦ୍ରାପଡ଼ାର ଅଜୟ ଚୌଧୁରୀ (ଓଡ଼ିଶୀ ସଂଗୀତ), କଳାହାଣ୍ଡିର ଭୀମସେନ ସାହୁ (ଲୋକନୃତ୍ୟ), ସମ୍ବଲପୁରର ମିତ୍ରଭାନୁ ଗୌନ୍ତିଆ (ଲୋକ ସଂଗୀତ), ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପୁରୀର ମଂଜୁଳା ଆଚାର୍ଯ୍ୟ, ଖୋର୍ଧାର ରମାକାନ୍ତ ସାମନ୍ତରାୟ, କଟକର ରାଜେଶ୍ୱରୀ ସ୍ୱାଇଁ, ଖୋର୍ଧାର କ୍ଷୀରୋଦ ଚନ୍ଦ୍ର ପରିଡ଼ା, ଖୋର୍ଧାର ଚିତ୍ତରଂଜନ ଶତପଥୀ (ନାଟକ), ଅନୁଗୁଳର ପ୍ରଶାନ୍ତ କୁମାର ଦାସ (ଗ୍ରାଫିକ୍ସ) ମନୋନୀତ ହୋଇଛନ୍ତି। ସେହିଭଳି କନିଷ୍ଠ ବର୍ଗରେ ମୟୂରଭଂଜର ଅନିତା ତ୍ରିପାଠୀ (ଛଉ), ଖୋର୍ଧାର ଭାଗୀରଥି ମହାନ୍ତ (ଛଉ), ମୟୂରଭଂଜର ସି.ଗୌନ୍ତିଆ (ଛଉ ସଂଗୀତ), ଖୋର୍ଧାର ସୁରେନ୍ଦ୍ର କୁମାର ତ୍ରିପାଠୀ (ଓଡ଼ିଶୀ ସଂଗୀତ), ଖୋର୍ଧାର ସୁଶାନ୍ତ କୁମାର ବେହେରା (ଓଡ଼ିଶୀ), ଲିପ୍‌ସା ଦାଶ (ଓଡ଼ିଶୀ), ସ୍ନେହାଞ୍ଜଳି ବେହେରା (ଓଡ଼ିଶୀ), ଲୋକନୃତ୍ୟ ପାଇଁ କଳାହାଣ୍ଡିର ଜିତେନ୍ଦ୍ର କୁମାର ଭୋଇ, ଗଂଜାମର ସୁଶାନ୍ତ କୁମାର ପଣ୍ଡା, କଳାହାଣ୍ଡିର କମ୍ବୁପାଣି ବାଗ୍‌, ସମ୍ବଲପୁରର ଚନ୍ଦ୍ରଶେଖର ଦୁବେ (ଲୋକ ସଂଗୀତ), ଲୋକଗୀତରେ ଖୋର୍ଧାର ପ୍ରିୟଦର୍ଶିନୀ ମିଶ୍ର, ବଲାଙ୍ଗୀରର ରେଶମା ରାଣୀ ଦାଶ, କଳାହାଣ୍ଡିର ସସ୍ମିତା ମହାନ୍ତି, ଅନ୍ୟ କ୍ଷେତ୍ରରେ ଖୋର୍ଧାର ସ୍ମୃତିକାନ୍ତ ରାଉତ, ଓଡ଼ିଆ ସାହିତ୍ୟରେ କଟକର ସତ୍ୟଜିତ ଦାସ, ଭୁବନେଶ୍ୱରର ଆଲୋକ ଅଗ୍ନିବେଶ (ନାଟକ), ପେଣ୍ଟିଂରେ କଟକର ପ୍ରଣତି ଦାସ, ଖୋର୍ଧାର ଚିନ୍ମୟୀ ବେହେରା, ମୟୂରଭଂଜର ମାୟାଧର ସାହୁ (ସ୍ଥାପତ୍ୟ) ଫେଲୋସିପ୍‌ ପାଇବାକୁ ମନୋନୀତ ହୋଇଛନ୍ତି।

୨୦୧୭-୧୮ ବର୍ଷରେ ବରିଷ୍ଠ ବର୍ଗରେ ଛଉରେ ମୟୂରଭଂଜର ସୁମନ୍ତ କୁମାର ମହାନ୍ତ, ତ୍ରିଲୋଚନ ମହାନ୍ତି ଓ ବିଭୂଦତ୍ତ ଦାସ, ଓଡ଼ିଶୀରେ ଭୁବନେଶ୍ୱରର ଶରତ କୁମାର ଦାସ, ପ୍ରତିଭା ପଣ୍ଡା, ଓଡ଼ିଶୀ ସଂଗୀତରେ ଭୁବନେଶ୍ୱରର ଧନେଶ୍ୱର ସ୍ୱାଇଁ ଓ ମହାପ୍ରସାଦ କର, ଲୋକନୃତ୍ୟରେ କୋରାପୁଟର ପ୍ରତିମା ରଥ, କଟକର ଶ୍ୟାମସୁନ୍ଦର ଦାସ, ସମ୍ବଲପୁରର ପ୍ରଫୁଲ୍ଲ କୁମାର ମିତ୍ର (ଲୋକ ସଂଗୀତ), ବଲାଙ୍ଗୀରର ଲଳିତ ଚନ୍ଦ୍ର ପୂଜାରି (ଲୋକ ନାଟକ), ଅନ୍ୟ କ୍ଷେତ୍ରରେ ପୁରୀର ଏଲ୍‌ ସ୍ୱାଇଁ, ଓଡ଼ିଆ ସାହିତ୍ୟରେ କଟକର ବାବାଜୀ ଚରଣ ପଟ୍ଟନାୟକ, ପୁରୀର ଦେବୀପ୍ରସନ୍ନ ନନ୍ଦ, ଖୋର୍ଧାର ମଙ୍ଗଳା ପ୍ରସାଦ ମହାନ୍ତି, ଭଦ୍ରକର ଦୀପ୍ତିରେଖା ପାଢ଼ୀ (ସୋସିଓଲୋଜି ଅଫ୍‌ କଲ୍‌ଚର), ଭୁବନେଶ୍ୱରର ପ୍ରଫେସର ନାରାୟଣ ସାହୁ (ନାଟକ)ଙ୍କୁ ଫେଲୋସିପ୍‌ ପ୍ରଦାନ କରାଯିବ। ସେହିଭଳି କନିଷ୍ଠ ବର୍ଗରେ ଛଉରେ ମୟୂରଭଂଜର ସୁଶାନ୍ତ କୁମାର ମହାନ୍ତ ଓ ସୁକାନ୍ତ କୁମାର ଟୁଙ୍ଗ୍‌, ଛଉ ସଂଗୀତରେ ମୟୂରଭଂଜର ନବକିଶୋର ଘଡ଼େଇ, ବିଜୟ କୁମାର ବିନ୍ଧାଣୀ, ଓଡ଼ିଶୀ ସଂଗୀତ ରେ ଖୋର୍ଧାର ସୌମ୍ୟରଂଜନ ନାୟକ ଓ କଟକର ବିଭୂତି ଭୂଷଣ ବେଉରା, ଓଡ଼ିଶୀ ନୃତ୍ୟରେ ଖୋର୍ଧାର ଗାୟତ୍ରୀ ରଣବୀର, କଟକର ଅଂଶୁମାନ ମିଶ୍ର, ଖୋର୍ଧାର ରଶ୍ମୀରେଖା ଦାସ, ଲୋକନୃତ୍ୟରେ ଗଂଜାମର ଡି ବଳରାମ ରେଡ୍ଡି, ପୁରୀର ବସନ୍ତ କୁମାର ମହାରଣା, କଳାହାଣ୍ଡିର ଅଜିତ କୁମାର ବେହେରା (ଓଡ଼ିଆ ସାହିତ୍ୟ), ଖୋର୍ଧାର ଶୁଭଶ୍ରୀ ନାୟକ (ସୋସିଓଲୋଜି ଅଫ୍‌ କଲ୍‌ଚର), ଅନ୍ୟ କ୍ଷେତ୍ରରେ ଖୋର୍ଧାର ପି ସେଠୀ, ଏସ୍‌ ସାମନ୍ତସିଂହାର, ଖୋର୍ଧାର ସରୋଜ କୁମାର ରାଉତ (ମାଟି ଓ ସେରାମିକ କଳା)ଫେଲୋସିପ୍‌ ପାଇବାକୁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର