ଦଇତା ନିଯୋଗ ନିର୍ବାଚନ : ୩୩ ପ୍ରାର୍ଥୀପତ୍ରରୁ ୨୪ କାଏମ

ପୁରୀ :‌ ଶ୍ରୀମନ୍ଦିର ଦଇତାପତି ନିଯୋଗ ନିର୍ବାଚନ ଚଳିତ ମାସ ୨୮ରେ ହେବ। ଏଥିପାଇଁ ଗତକାଲିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା। ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।ଦାଖଲ ହୋଇଥିବା ୩୩ ପ୍ରାର୍ଥିପତ୍ରରୁ ଆଜି ୨୪ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ୭ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିବା ବେଳେ ୨ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବା ଦଇତାନି‌ଯୋଗର ସ୍ଥାୟୀ ସଭାପତି ନବକିଶୋର ପତିମହାପାତ୍ର କହିଛନ୍ତି। ସବୁଠୁ ବଡ଼କଥା ହେଉଛି ଏହି ତାଲିକାରୁ ଦଇତାନିଯୋଗର ପୂର୍ବତନ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର ଓ ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ରଙ୍କ ନାଁ ବାଦ୍ ପଡ଼ିଛି। ତେବେ ଟିକିପୁଅଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ରହିଛି। ଏହାକୁ ନେଇ ଦଇତାନିଯୋଗ ରାଜନୀତି ସରଗରମ ହୋଇଛି।

ସମ୍ବନ୍ଧିତ ଖବର