ଅସ୍ତରଙ୍ଗ :ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ଥାନା ଡ଼ାଳୁଅକଣି ତଣ୍ଡାହର ସମୁଦ୍ର ନିକଟରୁ ଅଜଣା ଶବ ଜବତ । ଅସ୍ତରଙ୍ଗର ସମୁଦ୍ର କୂଳ ନିକଟବର୍ତ୍ତୀ ଡ଼ାଳୁଅକଣି ତଣ୍ଡାହର ପଠାରୁ ଏକ ଯୁବକ ଶବ ଜବତ କରିଛି ଅସ୍ତରଙ୍ଗ ପୁଲିସ୍ | ମୃତ ଯୁବକର ପରିଚୟ ମିଳିନଥିବା ବେଳେ ପୁଲିସ୍ ତଦନ୍ତ କରୁଛି|ଯୁବକର ବୟସ ପ୍ରାୟ ୨୨ ରୁ ୨୫ ବର୍ଷ ହେବା ଅନୁମାନ କରାଯାଉଛି|
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ଆଜି ସକାଳୁ ଡ଼ାଳୁଅକଣି ନିକଟବର୍ତ୍ତୀ ତଣ୍ଡାହର ପଠାରେ ଏକ ଅଜଣା ଶବ ଲାଗିଥିବା ଅସ୍ତରଙ୍ଗ ପୁଲିସକୁ ଖବର ମିଳିଥିଲା |ଖବର ପାଇବା ପରେ ଥାନା ଆଇଆଇସି ଶରତ କୁମାର ନାୟକ ତାଙ୍କର ପୁଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଥାନାକୁ ଆଣିଥିଲେ |
ଶବ ପଞ୍ଚନାମା କରି ଚାରିଛକ ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ|ଘଟଣାକୁ ନେଇ ତଦନ୍ତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୃତ ଯୁବକ ପରିଚୟ ମିଳିନି| ଆଶା କରାଯାଉଛି ଯୁବକଟି ଅନ୍ୟ କେଉଁଠାରେ ମୃତ୍ୟୁବରଣ କରିବା ପରେ ସମୂଦ୍ର ପାଣିର ଜୁଆର ଛାଡ଼ ସମୟରେ ଭାସି ଆସିଥିବା ଜଣାପଡୁଛି।
ସୂଚନାଯୋଗ୍ୟ ଏହି ଅଞ୍ଚଳରେ ସମୁଦ୍ର କୂଳରେ ଏଭଳି ମଝିରେ ମଝିରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଥାଏ।