ଇସ୍ପାତ୍‌ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ

ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ବିଶାଖାପାଟଣା : ପୂର୍ବ ଭାରତରେ ଅଧିକ ଇସ୍ପାତ୍‌ ଉତ୍ପାଦନ ହେଉଥିବା କାରଣରୁ ପୂର୍ବ ଭାରତକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ା କାରଣ ଭାରତର ବିଭିନ୍ନ ଅ˚ଚଳରୁ ଉତ୍ପାଦିତ ହେଉଥିବା ଇସ୍ପାତର ପରିମାଣ ତୁଳନାରେ ଅଧିକ ଭାଗ ପୂର୍ବ ଭାରତର ରହିଥାଏ ା ଆନ୍ଧ୍ରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଇସ୍ପାତ୍‌ ନିଗମ (ଆରଆଇଏନଏଲ)ର ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କରିବା ପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ା ଏହି ଅବସରରେ ଶ୍ରୀ ପ୍ରଧାନ ଭାଇଜାଗ ଇସ୍ପାତ୍‌ କାରଖାନାର ପରିଚାଳନା କାର୍ଯ୍ୟକୁ ଦେଖିବା ସହ ଇସ୍ପାତ୍‌ ତିଆରି କାମ ସମ୍ବନ୍ଧରେ ପଚାରି ବୁଝିଥିଲୋ ଇସ୍ପାତ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ପ୍ରଧାନଙ୍କ ଏହା ପ୍ରଥମ ଭାଇଜାଗ ଗସ୍ତ ଥିଲାା ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କ୍ଷେତ୍ର ସମେତ ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ତ ଏବ˚ ଛତିଶଗଡକୁ ଆର୍ଥିକ କ୍ଷେତ୍ର ବନାଇବା ଦିଗରେ କାମ କରୁଅଛୁୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ ହାସଲ କରିବାରେ ପୂର୍ବ ଭାରତର ଅଧିକ ଯୋଗଦାନ ରହିବ ା ଶ୍ରୀ ପ୍ରଧାନ ଏକ କାର୍ଯ୍ୟକ୍ରମରେ ଆରଆଇଏନଲର କାର୍ଯ୍ୟନିର୍ବାହୀ ଅଧିକାରୀ ଏବ˚ ବରିଷ୍ଠ ଅଧିକାରୀଙ୍କୁ ସମ୍ବୋଧିତ କରିଥିଲୋ

ସମ୍ବନ୍ଧିତ ଖବର