ବିଦ୍ୟୁତ୍‌ ତାର ସ୍ପର୍ଶରେ ଦନ୍ତା ମୃତ

ରାସୋଳ/ଖଜୁରିଆକଟା : ହିନ୍ଦୋଳ ବନାଞ୍ଚଳ ଡେଙ୍ଗୁବୋରେଇ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବାର୍‌ହା ପ୍ରଭୃତି ଜଙ୍ଗଲୀ ଜୀବ ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଯାଇଥିଲା। ଏହା ସଂସ୍ପର୍ଶରେ ଆସି ହାତୀ ମରିଯାଇଥିବା ଜଣାପଡ଼ିଛି। ବନ ବିଭାଗ ହାତୀର ମୃତଦେହ ଓ ଘଟଣାସ୍ଥଳରୁ ଜିଆଇ ତାର ଓ ୩୦ଟି ଖୁଣ୍ଟି ଜବତ କରିଛି। ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ମୃତ ହାତୀର ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହି ବନାଞ୍ଚଳରେ ଗତ ୩ ବର୍ଷରେ ବିଦ୍ୟୁତ୍‌ ଆଘାତରେ ୬ଟି ହାତୀ ଜୀବନ ହରାଇଲେଣି।

ସମ୍ବନ୍ଧିତ ଖବର