ନାବାଳିକାକୁ ଛ’ମାସ ଧରି ଦୁଷ୍କର୍ମ : ବଡ଼ବାପା, ବଡ଼ମା’ ଗିରଫ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଲଜ୍ଜାଜନକ ଘଟଣା ଘଟିଛି। ଯାହା ସ୍ଥାନୀୟ ଅଞ୍ଚଳରେ ନିନ୍ଦାର ବିଷୟ ପାଲଟିଛି। ଜଣେ ସମ୍ପର୍କୀୟ ବଡ଼ ବାପା, ନାବାଳିକା ଝିଆରୀ ସହ ଦୀର୍ଘ ଛଅ ମାସ ଧରି ଅନୈତକି ସମ୍ପର୍କ ରଖିବା ଏବଂ ନାବାଳିକା ଗର୍ଭବତୀ ହେବା ପରେ ତା’ର ଗର୍ଭନଷ୍ଟ କରି ଘଟଣାକୁ ରଫାଦଫା‌ କରିବାକୁ ଚେଷ୍ଟା କରିବା ପରେ ଘଟଣାଟି ପଦାକୁ ଆସିଛି। ପୁଲିସ ସଂପୃକ୍ତ ନାବାଳିକାର ବଡ଼ବାପା ଓ ବଡ଼ମା’କୁ ଗିରଫ କରିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପର୍କୀୟ ବଡ଼ବାପା ନିଜ ଝିଆରୀ ସସ୍ମିତା (୧୬, ଛଦ୍ମନାମ)କୁ ନିଜ ଘରକୁ ବିଭିନ୍ନ ବାହାନାରେ ଡାକିଥାଏ। ଟିଭି ଦେଖିବା ସହିତ ବିଭିନ୍ନ ଆଡ଼େ ବୁଲାଇବାକୁ ମଧ୍ୟ ନେଇଥାଏ। ପୀଡ଼ିତାର ବାପା ଦୀର୍ଘ ଛଅ ବର୍ଷ ତଳେ ବିଦେଶ‌ରେ କାମ କରୁଥିବା ବେ‌‌ଳେ ମୃତ୍ୟୁ ହୋଇଥିବା ବେଳେ, ମା’ ସ୍ଥାନୀୟ ସ୍କୁଲ୍‌ରେ ପାଚିକା ଅଛନ୍ତି। ଏହାର ସୁଯୋଗ ନେଇ ବଡ଼ବାପା ଛେଉଣ୍ଡ ଝିଆରିକୁ ଫସାଇଥିବା ଜଣାଯାଇଛି। ଦୀର୍ଘ ଛଅ ମାସ ହେଲା ନିଜ ଝିଆରି ସହିତ ଏଭଳି କୁକର୍ମ କରିଚାଲିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ଇଟାମାଟି ଥାନାରେ ୫୨/୧୯ ନମ୍ବରରେ ଏକ ମାମଲା ପୋକ୍ସ‌ୋ ଆକ୍ଟ ଅନୁଯାୟୀ ରୁଜୁ ହୋଇଥିବା ଇଟାମାଟି ଆଇଆଇସି ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର