ଭୁବନେଶ୍ୱରର ଜିଜିପି କଲୋନୀରେ କାର୍ ପାର୍କିଂରେ ଅଗ୍ନିକାଣ୍ଡ : ଜଳିଗଲା ୨ଟି କାର୍ ଓ ୬ଟି ବାଇକ , ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ଼ ଫେରାର

0

ଭୁବନେଶ୍ୱର:ଭୁବନେଶ୍ୱରର  ଜିଜିପି କଲୋନୀ ଜଗନ୍ନାଥ ନଗରର ଏକ ଆପାର୍ଟମେଂଟ କାର୍ ପାର୍କିଂରେ ନିଆଁ  ଲାଗିବା ଫଳରେ ୨ଟି କାର୍ ଓ ୬ଟି ବାଇକ ଜଳିଗଲା । ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ ନଗରର ୧୫ନମ୍ବର ରୋଡରେ ଥିବା ହେରିଟେଜ ପ୍ରପର୍ଟି ଆପାର୍ଟମେଂଟର କାର ପାର୍କିଂରେ ବିଳମ୍ବିତ ରାତିରେ ନିଆଁ ଲାଗିଛି । ଫଳରେ ଆପାର୍ଟମେଂଟର ଚିତ୍ତରଂଜନ ଦାସଙ୍କ ୨ଟି କାର ପୋଡି ଯାଇଛି ଏହା ସହ ୬ଟି ବାଇକ ବି ଜଳି ଯାଇଛି । ଏହି ଘଟଣା ପରେ ସନ୍ଦେହ ଘେରରେ ରହିଛି ଆପାର୍ଟମେଂଟର ସିକ୍ୟୁରିଟି ଗାର୍ଡ । ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଗତକାଲି ରାତିରେ ସିକ୍ୟରିଟି ଗାର୍ଡ଼ ସହ ଚିତ୍ତରଂଜନ ଦାସଙ୍କ ବଚସା ହୋଇଥିଲା । ଜଗିବା ପରିବର୍ତ୍ତେ ସିକ୍ୟୁରିଟି ଗାଡ଼ି ରାତି ୧୨ ଟା ବେଳକୁ ଶୋଇପଡ଼ିଥିଲେ । ଆଉ ସେଥିପାଇଁ ଚିତ୍ତରଂଜନ ଦାସ ବିରକ୍ତ ହୋଇଥିଲେ । ଏଥିପାଇଁ ସିକ୍ୟୁରିଟି ଗାର୍ଡ଼କୁ ସେ ତାଗିଦ୍ କରିଥିଲେ। ତେବେ ଘଟଣାସ୍ଥଳରେ ଦେଖିବା ବେଳକୁ ଗୋଟିଏ ଗ୍ୟାସ ସିଲିଣ୍ଡର ପଡ଼ିଥିଲା । ଆଉ ପଚରାଉଚରା ପରେ ଜଣା ପଡ଼ିଛି ଉକ୍ତ ସିଲିଣ୍ଡରଟି ସିକ୍ୟୁରିଟି ଗାର୍ଡ଼ର ହିଁ ଥିଲା । ତେବେ ଏହି କାଣ୍ଡ ଘଟାଇବା ପରେ ସିକ୍ୟୁରିଟି ଗାର୍ଡ଼ ଏବେ ଫେରାର ଅଛି ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.