କଟକରେ ୩ଟି ସ୍ଥାନରେ ଅଗ୍ନିକାଣ୍ଡ : ଦରଘା ବଜାର ‘ରେନ୍‌ ଦି କ୍ଲବ୍‌’ ଛାରଖାର‌୍‌

କଟକ : ଦରଘାବଜାରସ୍ଥିତ ‘ରେନ୍‌ ଦି କ୍ଲବ’ ଅଗ୍ନିକାଣ୍ତରେ ଛାର‌୍‌ଖାର ହେଇଯାଇଛି। ବିଗବଜାର ସପି˚ ମଲ୍‌ର ଚତୁର୍ଥ ମହଲାରେ ଥିବା କ୍ଲବରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ତ ଘଟିଥିଲା। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ତ ଘଟିଥିବା କୁହାଯାଉଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଗ୍ନିଶମ ବିଭାଗ ଆକଳନ କରୁଛି। ନିଆଁ ଲିଭାଇବାକୁ ମୋଟ ୫ଟି ଦମକଳ ଗାଡ଼ି ବ୍ୟବହାର କରାଯାଇଥିଲା। ଅଗ୍ନିକାଣ୍ତ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ ନିଆଁ କେଉଁ କାରଣ ପାଇଁ ଲାଗିଥିଲା ଏବ˚ କ୍ଲବରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପର୍ଯ୍ୟାପ୍ତ ପରିମାଣରେ ରହିଥିଲା କି ନାଇଁ, ସେ ନେଇ ତଦନ୍ତ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ସମାନ ଧରଣର ଅଗ୍ନିକାଣ୍ତ ବଜ୍ରକବାଟି ରୋଡ ସ୍ଥିତ ରଞ୍ଜିତ କୁମାର ଦାସଙ୍କ ମୋବାଇଲ୍‌ ସୋ ରୁମ୍‌ରେ ଘଟିଥିଲା। ସର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ତ ଘଟିଥିଲା। ବକ୍ସିବଜାର ଦମକଳ ଗାଡ଼ି ପହଞ୍ଚି ନିଆଁ ଆୟତ କରିବାରୁ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିଲା। ଆଉ ଏକ ଅଗ୍ନିକାଣ୍ତ ବୋସ କ୍ୟାମ୍ପସର ଆଇଏମ୍‌ଆଇଟି ନିକଟରେ ଏକ ସେସୁର ଟ୍ରାନ୍‌ସଫର୍ମରରେ ଲାଗିଥିଲା। ଦିନ ପ୍ରାୟ ୧୧ଟା ବେଳେ ଟ୍ରାନ୍‌ଫର୍ମରଟି ଜଳିଯାଇଥିଲା। ଅଗ୍ନିକାଣ୍ତରେ ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ। ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।

ଅନ୍ୟପଟେ ଡେପୁଟି ଫାୟାର ଅଫିସର ଟି.କେ ବାବୁଙ୍କୁ ନେଇ ବିଭିନ୍ନ ମହଲରେ ଏବେ ଅଭିଯୋଗ ଉଠିଛି। ଗତ ଦୁଇ ବର୍ଷ ହେବ ତାଙ୍କୁ ଭୁବନେଶ୍ବରରୁ କଟକ ବକ୍ସିବଜାର କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। କିନ୍ତୁ ଶ୍ରୀ ବାବୁ ଭୁବନେଶ୍ବର କଳ୍ପନା ଛକ ଅଗ୍ନିଶମ କେନ୍ଦ୍ର କ୍ବାର୍ଟର‌୍‌ ଛାଡ଼ି ନାହାନ୍ତି। ଭୁବନେଶ୍ବରରୁ କଟକ ଯିବାଆସିବା କରୁଛନ୍ତି। ଅଗ୍ନିଶମ ବ୍ୟବସ୍ଥା ଭଳି ଜରୁରୀ କାର୍ଯ୍ୟରେ ଏଭଳି କଟକରେ ଅନୁପସ୍ଥିତ ରହିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର