କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଦିନ ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ତୁରନ୍ତ ଅଗ୍ନିନିର୍ବାପକ ଯନ୍ତ୍ର ସହାୟତାରେ ନିଆଁକୁ ଆୟତ କରାଯିବାରୁ ବଡ଼ ଧରଣର ଅଘଟଣ ଟଳି ଯାଇଥିଲା। କିନ୍ତୁ ସେହି ସମୟରେ ଶିଶୁ ବିଭାଗ ଓ୍ଵାର୍ଡ଼ର କୋଠରୀରେ ଏକ ଯାଆଁଳା ଶିଶୁ ସମେତ ୧୨ ଶିଶୁ ଚିତ୍କସାଧୀନ ଥିଲେ। ହଠାତ୍‌ ସେହି ଓ୍ଵାର୍ଡ଼ର କାନ୍ଥରେ ଖୋଲାଥିବା ଏକ ସୁଇଚ୍‌ବୋର୍ଡ଼ରେ ସ୍ପାର୍କ କରି ନିଆଁ ଲାଗି ଯାଇଥିଲା । ଏହା ଦେଖି ରୋଗୀମାନେ ଆତଙ୍କରେ ଦୌଡ଼ାଦୌଡ଼ି ଆରମ୍ଭ କରି ଦେଇଥିଲେ । ଦୁଇ ଜଣ କର୍ମଚାରୀ ପହଁଚି ଅଗ୍ନିନିର୍ବାପକ ସିଲିଣ୍ଡର ଖୋଲିବାରୁ କୋଠରୀ ଧୂଆଁମୟ ହୋଇ ଯାଇଥିଲା ଓ ସ୍ପାର୍କିଂ ସ୍ଥାନରୁ ନିଆଁ ଲିଭିଥିଲା ।

ସମ୍ବନ୍ଧିତ ଖବର