ସପ୍ତାହ ଭିତରେ ତୃତୀୟ ଘଟଣା : ପୁଣି ଜଣେ ଶିଶୁକନ୍ୟା ଦୁଷ୍କର୍ମର ଶିକାର; ପ୍ରଥମେ ମୟୂରଭଞ୍ଜ, ପରେ ସମ୍ବଲପୁର ଓ ଏବେ ଜଗତ୍‌ସିଂହପୁରରେ

ଜଗତସିଂହପୁର: ଜଗତସିଂହପୁର: ଦୁଷ୍କର୍ମ କମିବାର ନାଁ ଧରୁନି। ଗତ ୧ ସପ୍ତାହ ଭିତରେ ରାଜ୍ୟରେ ୩ ଜଣ ନାବାଳିକା ଦୁଷ୍କର୍ମର ଶିକାର ହେବା ପରେ ଏହା ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟରେ ମୟୂରଭଞ୍ଜ ଓ ସମ୍ବଲପୁରରେ ୨ ନାବାଳିକାଙ୍କ ସହ ଦୁଷ୍କର୍ମ ହେବା ପରେ ବୁଧବାର ଜଗତସିଂହପୁରରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଳାର କଣ୍ଟାବଲ୍ଳଭପୁରରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାକୁ ବିଳମ୍ବିତ ରାତିରେ ୨ ଜଣ ପଡ଼ୋଶୀ ଘରର ପିଲା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଦୁଷ୍କର୍ମକାରୀ ଦ୍ୱୟ ପ୍ରାପ୍ତ ବୟସ୍କ ନୁହନ୍ତି ବରଂ ନାବାଳଳ। ଜଣଙ୍କ ବୟସ ୧୪ ବର୍ଷ ହୋଇଥିବା ବେଳେ ଆଉ ଜଣେ ୯ ବର୍ଷର ବୋଲି ଜାଣିବାକୁ ମିଳିଛି। ଅଭିଯୁକ୍ତ ଦ୍ୱୟଙ୍କୁ ନାବାଳକଙ୍କୁ ପୁଲିସ୍‌ ଧରିବା ପରେ ଥାନାରେ ଅଟକ ରଖିଛି। ପୁଲିସ୍‌ ଉକ୍ତ ୨ ଅଭିଯୁକ୍ତଙ୍କ ସମେତ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍‌କୁ ପଠାଇଛି। ଏହି ଘଟଣାର ତଦନ୍ତ ଏବେ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖ ଦିନ ବି ଏହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା। ସମ୍ବଲପୁରର ଜଣେ ୫ ବର୍ଷର ଶିଶୁକନ୍ୟା ୧୫ ଏବଂ ୧୬ ବିିର୍ଷିଅ ୨ ନାବାଳକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା। ସେମାନେ ବି ପୀଡ଼ିତାର ପଡ଼ୋଶୀ ଥିଲେ।

ସେହିପରି ଏପ୍ରିଲ ୧୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ବି ଦେଖିବାକୁ ମିଳିଥିଲା ଏହିପରି ଏକ ଲଜ୍ଜାକର ଘଟଣା। ଜଣେ ଆଦିବାସୀ ନାବାଳିକା ଜଣେ ଆଟୋ ଚାଳକ ଦ୍ୱାରା ଠାକୁରମୁଣ୍ଡା ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର