ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର

ଭୁବନେଶ୍ୱର: କଥାଶିଳ୍ପୀ ଗାୟତ୍ରୀ ସରାଫଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର। ଶ୍ରୀମତୀ ସରାଫଙ୍କୁ ତାଙ୍କ ‘ଇଟାଭାଟିର ଶିଳ୍ପୀ’ ଉପନ୍ୟାସ ପାଇଁ ଏହି ପୁରସ୍କାର ମିଳିବ। ସେହିପରି ଅନୁବାଦ ପାଇଁ ଚଳିତ ବର୍ଷ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର। ଅନୁବାଦ ପୁସ୍ତକ ‘ଯୁଗାନ୍ତ’ ଲାଗି  ଶ୍ରୀ ଖୁଣ୍ଟିଆଙ୍କୁ ପୁରସ୍କାର ଲାଗି ମନୋନୀତ କରାଯାଇଛି।
ସୂଚନାଯୋଗ୍ୟ ଯେ ଓଡ଼ିଆ ସାରସ୍ୱତ ଜଗତରେ ଗାୟତ୍ରୀ ସରାଫ ଏକ ପରିଚିତ ନାମ। ତାଙ୍କ ରଚିତ ‘ପ୍ରେମିକା ପରି କେହି ଜଣେ’, ‘ଶେଷ ବିଦାୟର ଗୀତ’,‘ଅନାହତ ପରମ୍ପରା’ , ‘ଆଲୋକିତ ଅନ୍ଧାର’, ‘ବର୍ଷାର ଓଢ଼ଣା ତଳେ ’ ଆଦି ବହୁ ପୁସ୍ତକ ତାଙ୍କୁ ସମଗ୍ର ରାଜ୍ୟରେ ପ୍ରସଦ୍ଧି ଦେଇଛି।

ସମ୍ବନ୍ଧିତ ଖବର